ନୂଆ ସରକାର ପାଇଁ ପରୀକ୍ଷା ଥିଲା। ଭଲ ନମ୍ବର ନୁହେଁ ପାସ ହେବାର ଆବଶ୍ୟକ ଥିଲା ଯାହା କି ଆମେ କରି ଦେଖାଇଲୁ। ରାଜ୍ୟରେ କେବେ DG ଏବଂ IGP ସମ୍ମିଳନୀ ହୋଇନଥିଲା କିନ୍ତୁ ଆମକୁ ସୁଯୋଗ ମିଳିଲା ଏବଂ ଆମେ ସୁଚାରୁ ରୂପେ ତାହା ତୁଲାଇଲୁ। ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ତିନିଦିନ ଓଡ଼ିଶାରେ ରହିବା ଆମକୁ ବେଶ ଶକ୍ତି ଯୋଗାଇଛି। ଭୁବନେଶ୍ବରରୁ ଦିଲ୍ଲୀ ଗଲା ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଆୟୋଜନକୁ ପ୍ରଶଂସା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗକୁ ନାଭାଲ ଡେ’ କୁ ବି ଭବ୍ୟ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ହୋଇଛି । ଗୋଟେ ପରୀକ୍ଷାରେ ସଫଳ ହୋଇଛି। ଆଗକୁ ଆଉ ଏକ ପରୀକ୍ଷା ରହିଛି। ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସୁଚାରୁ ରୂପେ ତୁଲାଇବା ପାଇଁ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା। ଓଡିଆ ଅସ୍ମିତାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଆମର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶିଳ୍ପର ହବ ପାଇଁ ବି ଆମେ ସମ୍ପୂର୍ଣ ପ୍ରସ୍ତୁତ ହେବା। ଉତ୍କର୍ଷ ଓଡ଼ିଶା ମେକଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଥିରେ ବଡ଼ ବଡ଼ ଉଦ୍ୟୋଗି ଯୋଗ ଦେବେ। ତା ଛଡ଼ା ଆଗାମୀ ତିରିଶ ଦିନ ଭିତରେ ଓଡ଼ିଶାକୁ ଆହୁରି ତିନି ଥର ପ୍ରଧାନମନ୍ତ୍ରୀ ଆସିବେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଡବଲ ଇଞ୍ଜିନ ସରକାର ଡବଲ ବିକାଶର ଲକ୍ଷ୍ୟ ନେଇ ଆଗଉଥିବା କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now