ଓଡ଼ିଶା

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଗୋପ:  ବୃଦ୍ଧ ବାପାଙ୍କ ବେକରେ ବନ୍ଧା ହୋଇଛି ୨୯ ବର୍ଷ ପୁଅ ଜଗା। ଏକ ସଡକ ଦୁର୍ଘଟଣାର ଶିକାର ହେବା ପରେ ନିଜ ଗୋଡ ହରାଇ ବସିଛନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।

ପୁରୀ ଜିଲ୍ଲା ଗୋପ ବ୍ଲକ ସୁତନ ପଞ୍ଚାୟତ  ଟିକନା ଗ୍ରାମର ଯଦୁମଣି ବେହେରା ଦୁଃଖଦ କାହାଣୀ। ପରିବାର କହିଲେ ଯଦୁମଣି ବେହେରା, ତାଙ୍କ  ସ୍ତ୍ରୀ ଏକମାତ୍ର ପୁଅ ଓ ଝିଅ । ଯଦୁମଣି ବହୁତ ଖୁସିରେ ଦିନ କାଟୁଥିଲେ । ପୁଅ ଜଗା ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ।  ହେଲେ ୨୦୧୯ ମସିହା ନଭେମ୍ବର ମାସରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଜଗବନ୍ଧୁ ବେହେରାଙ୍କ  ବାମ ଗୋଡ଼ ଭାଙ୍ଗି ଯାଇଥିଲା।

ସେ ପୁରୀ ,ଭୂବନେଶ୍ୱର ଓ  କଟକ ବଡ ମେଡିକାଲରେ ଚିକିତ୍ସା ହୋଈ ଘରକୁ ଫେରିଥିଲେ । ହେଲେ କୌଣସି ତ୍ରୁଟି ଯୋଗୁଁ ତାଙ୍କର ଗୋଡ଼ ଦିନକୁ ଦିନ ଖରାପ ହେବାରେ ଲାଗିଲା । ଏବେ  ଗୋଡ଼ ଇନଫେକ୍ସନ୍ ହୋଇ ସେଫ୍ଟିକ ଅବସ୍ଥାରେ ପହଞ୍ଚିଥିବା କହିଛନ୍ତି ବୃଦ୍ଧ ବାପା ।

ସେପଟେ ଘଟଣାକୁ ନେଇ ସରପଞ୍ଚ କହିଛନ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗେ ଚିକିତ୍ସା କରାଯିବ ।  ଅନ୍ୟପଟେ ଗୋପ ବିଡ଼ିଓ ଚିକିତ୍ସା ପାଇଁ  ୫ ହଜାର ଟଙ୍କା ସହାୟତା ଦେଇଥିବାବେଳେ ରେଡକ୍ରସ ପକ୍ଷରୁ କିଛି ସାହାଯ୍ୟ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ  ।

ତେବେ  ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ପରିବାରକୁ ସାହାର୍ଯ୍ୟ ପାଇଁ ଚାହାଁନ୍ତି। ତେବେ କାନାରା ବ୍ୟାଙ୍କ ନମ୍ବର- 2490101000409 IFC କୋର୍ଡ CNRB0009240 ରେ ପଠାଇପାରିବେ..

ଭାରତୀ ଭୁଷଣଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button