ଭୁବନେଶ୍ଵର : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ବ୍ଲକରେ ୧୦୦ ମି.ମି.ରୁ ଉର୍ଦ୍ଧ୍ଵ ବର୍ଷା ରେକର୍ଡ଼ ହୋଇଛି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକରେ ସର୍ବାଧିକ ୧୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ବରଗଡ଼ ଜିଲ୍ଲାର ଅତାବିରାରେ ୧୨୪.୪ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ୧୦୩.୪ ମି.ମି., କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ୧୨୮.୦, ଫିରିଙ୍ଗିଆରେ ୧୦୫.୪, ସମ୍ବଲପୁର ଜିଲ୍ଲାର ଯୁଯୁମୁରାରେ ୧୨୦.୦, ବାମରାରେ ୧୧୪.୪, ଏବଂ ରେଙ୍ଗାଲିରେ ୧୦୫.୪ ମିମି ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ବ୍ଲକରେ ୧୧୨.୨ ମିମି ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now