ମୁନ୍ନା ଖାଁଙ୍କ ଇସ୍ତଫା- ପଦାକୁ ଆସିଲା ରହସ୍ୟ

ବିଜେଡିରେ ହଲଚଲ। ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟ କମିଟିରୁ ମୁନା ଖାଁ ଦେଲେ ଇସ୍ତଫା। ବିଜେଡି ସଂଖ୍ୟାଲଘୁ ସମ୍ପ୍ରଦାୟ ସେଲର ସଂଯୋଜକ ଥିଲେ ମୁନାନବୀନ ନିବାସରେ ପହଞ୍ଚି ଦଳର ସୁପ୍ରିମୋଙ୍କୁ ଇସ୍ତଫା ଦେଇଛନ୍ତି ମୁନା। ଗଲା ୫ ତାରିଖ ଦିନ ଯେଉଁ କମିଟି ଗଠନ କରିଥିଲା ବିଜେଡି, ସେଥିରେ ମୁନ୍ନାଙ୍କୁ ଦକ୍ଷିଣ ଜୋନର ସଂଯୋଜକ ଭାବେ ଦାୟିତ୍ୱ ଦେଇଥିଲା। ଆଉ ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ମିଳିଥିଲା। ତେବେ ଏହା ପଛରେ ଥିବା ଅସଲ ରହସ୍ୟ ପଦାକୁ ଆସିଛି। ଓ୍ୱାକଫ ବିଲ୍ ସଂଶୋଧନ ବିଲକୁ ସମର୍ଥନ କରିଛି ନା ବିରୋଧ କରିଛି ବିଜେଡି। ସାଂସଦ ସସ୍ମିତ ପାତ୍ର ଯେବେଠୁ ଏହାକୁ ସମର୍ଥନ କରିଥିବା କଥା ଖୁଲମଖୁଲା ସ୍ୱୀକାର କରିବା ସହ ବିଜେଡି କୌଣସି ହ୍ୱିପ୍ ଜାରି ନ କରି ବିବେକାନୁମୋଦିତ ଭୋଟ ଦେବାକୁ ସୁପ୍ରିମୋଙ୍କ ନିର୍ଦେଶ ଥିଲା ବୋଲି କହିଥିଲେ। ସେବେଠୁ ବିଷୋଦଗାର କରିଆସୁଛନ୍ତି ମୁନ୍ନା। ସେଥିଲାଗି କିଛି ସଂଖ୍ୟାଲଘୁଙ୍କୁ ନେଇ ନବୀନ ନିବାସ ଯାଇ ଦଳବିରୋଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଫେରାଦ୍ ହୋଇଥିଲେ ମୁନା। କାରଣ ସଂସଦରେ ଓ୍ୱାକଫ ବିଲ୍ ଆଲୋଚନା ବେଳେ ବି ଏହାକୁ ବିରୋଧ କରିଥିଲେ ମୁନ୍ନା। ଆଉ ନବୀନ ନିବାସରେ ମୁନ୍ନା ଖାଁଙ୍କ ଉପସ୍ଥିତିରେ ନବୀନଙ୍କ ଆଗରେ ପ୍ରଥମ ଥର ପାଣ୍ଡିଆନ ଗୋ ବ୍ୟାକ୍ ନାରା ଶୁଭିଥିଲା। ମୁନା ଖାଁଙ୍କୁ ବି ସମର୍ଥନ କରି ସୋସିଆଲ ମିଡିଆରେ ବାହାରିଥିଲେ ଅନ୍ୟତମ ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ। ପାଣ୍ଡିଆନ ବିରୋଧୀ ନାରାବାଜି କରିଥିବା ବ୍ୟକ୍ତିବିଶେଷ ଦେବାଶୀଷଙ୍କ ଖାସ୍ ଅନୁଗତ ଓ ମୁନ୍ନାଙ୍କ ଦ୍ୱାରା ପ୍ରାୟୋଜିତ ବୋଲି ଅନ୍ୟତମ ରାଜ୍ୟସଭା ସାଂସଦ ସୁଲତା ଦେଓ ବି ତୀର୍ଯ୍ୟକ ତୀର ମାରିଥିଲେ। ବିନା ପାଣ୍ଡିଆନଙ୍କ ଆଶୀର୍ବାଦରେ ସରପଞ୍ଚଟିଏ ବି ହେବାର ଯୋଗ୍ୟତା ରଖୁନଥିବା କହି ପରୋକ୍ଷରେ ଟାହିଟାପରା କରିଥିଲେ ସୁଲତା। ସେଥିଲାଗି ଚର୍ଚ୍ଚା ଚାଲିଛି। ବିଜେଡିରେ ଏବେ ବି ପାଣ୍ଡିଆନଙ୍କ କାଟତି ରହିଛି। ସେଥିଲାଗି ତ ପାଣ୍ଡିଆନ ବିରୋଧୀ ସ୍ୱର ଯେବେ ଶାଣିତ ହେଉଛି, ନବୀନ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଆସିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *