ବାହାନଗା ରେଳଦୁର୍ଘଟଣା ମୃତକ ଚାଷୀଙ୍କୁ ନାଆମୀ ସମିତି ପକ୍ଷରୁ ୫ଲକ୍ଷ ବୀମାରାଶି ପ୍ରଦାନ

Spread the love

ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନାଆମୀ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ବୁଧବାର ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତ ଚାଷୀ ରୂପକ ନାୟକଙ୍କ ପତ୍ନୀଙ୍କୁ ୫ ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରାଯାଇଛି । ସମିତି ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମିତି ପରିସରରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲ, ପଞ୍ଚ।ୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ବଦ୍ରୀନାରାୟଣ ରାଉତ, ଲକ୍ଷ୍ମୀଧର ସାହୁ, ପୂର୍ବତନ ସଦସ୍ୟା ରଶ୍ମିତା ପାଢୀ, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଭାରତୀ, ନାଆମୀ ସରପ ସଶ୍ମିତା ସେଠୀ, ରାଜେନ୍ଦ୍ରପୁର ସରପ ପୂର୍ଣ୍ଣଚନ୍ଦ୍ର ମାଝୀ, ବନ୍ଦାଳୋ-ମଢିଆଳି ସରପ ବିଶ୍ୱନାଥ ସାହୁ, ସାନଶାସନ ସରପ, ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୀମା ରାଶି ଚେକ ପ୍ରଦାନ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । 

Leave a Reply

Your email address will not be published. Required fields are marked *