ବିକାଶ ନାମରେ ଜଙ୍ଗଲର ବିନାଶ: ମରୁଛନ୍ତି ହାତୀ

କେନ୍ଦୁଝର: ବିକାଶ ନାମରେ ଚାଲିଛି ଜଙ୍ଗଲର ବିନାଶ। ଫଳରେ ବିଶ୍ଵର ସର୍ବବୃହତ ଜୀବ ଭୋକ ବିକଳରେ ସହର ମୁହାଁ ହୋଇ ବାରମ୍ବାର ମୃତ୍ୟୁ ମୁଖରେ ପଡୁଛନ୍ତି। କେନ୍ଦୁଝର ସଦର ରେଂଜ କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ଖାଦ୍ୟ ସଂରକ୍ଷଣରେ ଆସି ବିଦ୍ୟୁତ୍  ଆଘାତରେ ଦୁଇଟି ମାଈ ହାତୀଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ବିଦ୍ୟୁତ ତାରରେ କେବୁଲିଂ ହୋଇ ନଥିବାରୁ ଓ ବିଦ୍ୟୁତ ଫ୍ୟୁଜ ନ ଉଡିବାରୁ ହାତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଆରସିସିଏଫ। ସେପଟେ ରାଜ୍ୟରେ ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ ଜଏଣ୍ଟ ଟାକ୍ସ ଫୋର୍ସ ।

ଖାଦ୍ୟ ଅନ୍ୱେକ୍ଷଣରେରେ ୯ ଟିକିଆ ହାତୀ ପଲ ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ପରିସରରେ ପସି ଡାଳ ,ପତ୍ର ଓ ଲଟା ଖାଉଥିଲେ। କିନ୍ତୁ ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆଶି ୨ଟି ମାଇ ହାତୀଙ୍କ ମୃତ୍ୟୁ ଘଟିଛି।  ସେପଟେ ରାଜ୍ୟରେ ହାତୀ ମୃତ୍ୟୁ ରୋକିବାକୁ ଗଠନ ହେବ ଜଏଣ୍ଟ ଟାକ୍ସ ଫୋର୍ସ (JTF) । ଜେଟିଏଫରେ ରହିବେ ଉଭୟ ପୋଲିସ ଓ ବନ କର୍ମଚାରୀ। ଅସ୍ବାଭାବିକ ହାତୀମୃତ୍ୟୁ ଓ ବନ୍ୟପ୍ରାଣୀ ଚାଲାଣ ତଦନ୍ତ କରିବ ଜେଟିଏଫ। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ପୋଲିସ ଡିଜି। ଆସନ୍ତା ଶୁଣାଣିରେ ଆଜିର ହାତୀ ମୃତ୍ୟୁ ନେଇ ତଥ୍ୟ ରଖିବେ ଏଜି। ତେବେ ଆସନ୍ତା ସେପ୍ଟେମ୍ୱର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।  

ହାତୀ ମୃତ୍ୟୁ ଖବର ପାଇ ବନ ବିଭାଗର Rccf, ଶକ୍ତି ବିଭାଗର S E ଙ୍କ ସହ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ RCCF ଜାଣିବାକୁ ପାଇଛନ୍ତି ଯେ ବିଦ୍ୟୁତ ତାର ୨.୪ ମିଟର ଉଚ୍ଚତାରେ ଥିଲା ଯାହାକି ସାଧାରଣ ଉଚ୍ଚତା ଠାରୁ କମ। ତାର କେବୁଲିଂ ହୋଇ ନଥିବାରୁ ଓ ବିଦ୍ୟୁତ ଫ୍ୟୁଜ ନ ଉଡିବାରୁ ହାତୀଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି RCCF। ସେପଟେ ବିଦ୍ୟୁତ ବିଭାଗର SE ତାର ଖୋଲା ଥିବା ଯୋଗୁ ହାତୀଙ୍କର ମୃତ୍ୟୁ ହୋଇଥିବା କଥାକୁ ସ୍ୱିକାର କରିଛନ୍ତି। ଏହା ସହ ତଦନ୍ତ ପରେ କାହା ଦୋଷରୁ ହାତୀର ମୃତ୍ୟୁ ହେଲା ଜଣା ପଡିବ ବୋଲି କହିଛନ୍ତି ତେବେ  ୨୦୧୦/୧୧ ବର୍ଷରୁ ଆଜି ଯାଏ  ତଥ୍ୟ ଦେଖିବା ତେବେ ବିଭିନ୍ନ କାରଣରୁ ୬୬ ଟି ହାତୀ ମରିଥିବା ବେଳେ ବିଦ୍ୟତ ଆଘାତରେ ୮ ଟି ହାତୀ ମୃତ୍ୟୁ ବରଣ କରିଛନ୍ତି।  

ତେବେ ହାତୀ ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସାଧାରଣ ଲୋକେ।

ପାର୍ଥ ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *