କରମଣ୍ଡଳ ଏକ୍ସପ୍ରେସ୍ ଲୋକୋ ପାଇଲଟ୍ ଙ୍କ ବୟାନ ରେକର୍ଡ

Spread the love

ଭୁବନେଶ୍ୱର : ବାହାନଗାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ୍ ର ଲୋକୋ ପାଇଲଟ୍ ଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି । ଦ.ପୂ ରେଲୱେ ସିପିଆରଓ ଆଦିତ୍ୟ ଚୌଧୁରୀ ଲୋକୋ ପାଇଲଟ୍ ଙ୍କ ବୟାନ ରେକର୍ଡ କରିଛନ୍ତି । କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ କହିବା ଅନୁସାରେ ‘ରେଡ୍ ନୁହେଁ, ଗ୍ରୀନ୍ ଥିଲା ସିଗନାଲ୍’ । ଟ୍ରେନଟି ନିର୍ଦ୍ଧାରିତ ସ୍ପିଡରେ ମଧ୍ୟ ଯାଉଥିଲା ।

ସୂଚନାଯୋଗ୍ୟ ଯେ ଲୋକୋ ପାଇଲଟ୍ ଗୁଣନିଧି ମହାନ୍ତି ଏବଂ ଟ୍ରେନର ଆସିଷ୍ଟାଂଟ ଲୋକୋ ପାଇଲଟ ହଜାରୀ ବେହେରା ଏବେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଲୋକୋ ପାଇଲଟ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ଆସିଷ୍ଟାଂଟ ଲୋକୋ ପାଇଲଟ ଏବେ ବି ଆଇସିୟୁରେ ଅଛନ୍ତି ।

Leave a Reply

Your email address will not be published. Required fields are marked *