ପୁଣି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା

Spread the love

ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା। ଭାରତ ପାଇଁ ଆଣିଲେ ସ୍ୱର୍ଣ୍ଣ ପଦକ। ଫିନଲ୍ୟାଣ୍ଡ୍ର ଟୁର୍କୁରେ ପାଭୋ ନୁର୍ମି କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ ଚୋପ୍ରା। ଅଲିମ୍ପିକ ତଥା ବିଶ୍ୱବିଜେତା ଜାଭଲିନ୍‌ ତାରକା ୨୬ ବର୍ଷୀୟ ନୀରଜ ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ତୃତୀୟ ପ୍ରୟାସରେ ୮୫.୯୭ ମିଟର୍ ଯାଏଁ ଜାଭଲିନ୍‌ ଥ୍ରୋ କରିଥିଲେ। ଏହା ତାଙ୍କୁ ଶୀର୍ଷରେ ରଖିଥିଲା। ଫିନ୍ଲାଣ୍ଡ୍ର ଟୋନି କିରାନେନ୍ ୮୪.୧୯ ମିଟର ରୌପ୍ୟ ପଦକ ଜିତିଥିବାବେଳେ ତାଙ୍କ ଦେଶର ପ୍ରତିଦ୍ୱନ୍ଦ୍ୱୀ ତଥା ଗତ ବର୍ଷର ବିଜେତା ଓଲିଭର୍ ହେଲାର୍ଣ୍ଡ ୮୩.୯୬ ମିନିଟ୍ ତୃତୀୟ ସ୍ଥାନରେ ରହିଛି ।

Leave a Reply

Your email address will not be published. Required fields are marked *