ଓଡ଼ିଶା

ପାଣି ପାଇଁ ନିଆରା ପ୍ରୟାସ  

(ଗଜପତି): ସରକାର ଗ୍ରାମାଂଚଳର ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ଲାଗି ଅନେକ ଯୋଜନା କରୁଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି । କିନ୍ତୁ ଏବେବି ଅନେକ ଗାଁ ରହିଛି ଯେଉଁଠି ପାଣି ଟୋପାଏ ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।  ଯାହାକୁ ଦୃଷ୍ଟି ରେ ରଖି ଗଜପତି ଜିଲ୍ଲା  ପ୍ରଶାସନ ଏକ ଅଭିନୟ ପ୍ରୟାସ ଆରମ୍ଭ କରିଛି ।

ଏ ହେଉଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କିତୁମ୍ବ ଗାଁ । ପାଣି ଟୋପାଏ ପାଇଁ ଲୋକେ ଏଠାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏଠାରେ ପାଣି ପାଇଁ ୧୦ଟି ନଳକୂପ ରହିଛି ହେଲେ ସେଥିରୁ ୬ଟି ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି ।  ଯାହାକୁ ଦୃଷ୍ଟି ରେ ରଖି ପ୍ରଥମ ଥର ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲା ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି।  

ଝରଣା ପାଣି ଓ ବର୍ଷା ଜଳକୁ ନଳକୂପ ରିଚାର୍ଜ କରିବା ପାଇଁ ବ୍ୟବସ୍ଥା କରିଛି । ଏପରିକି ଏହି ସ୍ୱତନ୍ତ୍ର ପ୍ରକଳ୍ପରେ ଆଇଆରପି ନାମକ ଯନ୍ତ୍ର ଖଞ୍ଜାଯାଇ ଲୌହ ଯୁକ୍ତ ପାନୀୟ ଜଳକୁ ସୁଆଦୀୟା ପାନୀୟ ଜଳରେ ବିଭକ୍ତ କରାଯାଉଛି । ଫଳରେ ପୂର୍ବଭଳି ମାଇଲ ମାଇଲ ବାଟ ଚାଲି ଝରଣା ଉପରେ ନିର୍ଭର କରିବାକୁ ପଡୁନାହିଁ।

ସେପଟେ ଗଜପତି ଜିଲ୍ଲାପାଳ କହିଛନ୍ତି ସର୍ଭେ ଜାରି ରହିଛି । ଯେଉଁଠାରେ ପ୍ରକଳ୍ପର ଆବଶ୍ୟକତା ରହିଛି  , ସେଠାରେ ନିର୍ମାଣ କରାଯିବ । ପାନୀୟ ଜଳ ସଂଗ୍ରକ୍ଷଣ ସହ ସ୍ୱଚ୍ଚ ପାନୀୟ ଜଳ ପାହାଡିଆ ଗାଁରେ ଯୋଗାଇବା କିଛିଟା ମାତ୍ରାରେ ସଫଳ ହୋଇଛି।

ତେବେ ଦେଖିବାକୁ ବାକି ରହିଲା ଜିଲ୍ଲାର ପାହାଡିଆ ଅଞ୍ଚଳରେ ଥିବା ଗ୍ରାମ ଗୁଡିକରେ ଏହି ପ୍ରକଳ୍ପ କେବେ ନିର୍ମାଣ ହେଉଛି ।

ନାଗେଶ୍ଵର ମହାପାତ୍ର

Leave a Reply

Your email address will not be published.

Back to top button