ବାର୍ଡ ଫ୍ଲୁ ଦ୍ୱନ୍ଦ୍ୱ ନେଇ ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ। ମଣିଷ ଶରୀରରେ ବାର୍ଡ ଫ୍ଲୁ ନେଇ କୌଣସି କନଫର୍ମେସନ ରିପୋର୍ଟ ଆସିନାହିଁ। ପୁରୀରେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଲକ୍ଷଣ ଦେଖାଯାଇଛି, ତାର ସାମ୍ପୁଲ କଲେକ୍ଟ କରାଯାଇଛି। ଆରଏମଆରସିକୁ ରିପୋର୍ଟ ପଠା ଯାଇଛି। ତାର ରିପୋର୍ଟ ୭ ଦିନ ପରେ ଆସିବ। ବ୍ୟକ୍ତି ଜଣଙ୍କୁ ଥଣ୍ଡା ଜ୍ୱର ଲକ୍ଷଣ ପରେ ସାମ୍ପୁଲ ସଂଗ୍ରହ କରାଯାଇଥିଲା। ତାଙ୍କୁ ଆଇସୋଲେଟ କରି ରଖାଯାଇଛି। ସେ ବ୍ୟକ୍ତିଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ତାଙ୍କର ମଧ୍ୟ ସାମ୍ପୁଲ କଲେକ୍ଟ କରାଯିବ। ବିଭାଗ ଅଧିକ ସଚେତନ ହୋଇ ଏ ବାବଦରେ ନଜର ରଖିଛି। ଚିକେନ୍ ଖାଇବାରେ କୌଣସି ଅସୁବିଧା ନାହିଁ। ଯେଉଁ ଏରିଆରେ ସଂକ୍ରମିତ ହୋଇଛନ୍ତି ସେ ଏରିଆ ଲୋକେ ଚିକେନ୍ ନ ଖାଇବା ଭଲ, ନଚେତ ସେମିତି କିଛି ଅସୁବିଧା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର।
Naxatra News is now on Whatsapp
Join and get latest news update delivered to you via whatsapp
Join Now