ଓଡ଼ିଶା

ଗାଁକୁ ନାହିଁ ରାସ୍ତା, ପିଇବାକୁ ନାହିଁ ସ୍ବଚ୍ଛ ପାଣି

କାମାକ୍ଷାନଗର: ଅବ୍ୟବସ୍ଥା ଘେରରେ ପଡି ରହିଛି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ ବ୍ଲକ ପୁଟି ପାଳ ଗାଁ । ସରକାରଙ୍କ ବହୁ ଯୋଜନା କାର୍ଯ୍ୟକାରି ହେଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପାଳ ଗାଁରେ ଯାତାୟାତ ପାଇଁ ଭଲ ରାସ୍ତା ଅଛି ନାଁ ପନୀୟ ଜଳ । ଜିଲ୍ଲାପାଳଙ୍କ ପରିଦର୍ଶନ ପରେ ବି ଗ୍ରାମର ହୋଇ ପାରୁନି ବିକାଶ ।

ଏ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ ବ୍ଲକ କାନ୍ତୁଲ ପଞ୍ଚାୟତ ଅନ୍ତର୍ଗତ ପାହାଡ଼ ପର୍ବତ ଘେରା  ଦୁର୍ଗମ ଅଂଚଳ ପୁଟି ପାଳ ଗାଁ । ଏହି ରାସ୍ତା ହେଉଛି ଗାଁକୁ ଯିବାର ମୁଖ୍ୟ ରାସ୍ତା । ଦେଖିଲେ ଲାଗୁଛି ଏହା ରାସ୍ତା ନୁହେଁ ତ ଯେମିତି ପାଲଟିଛି ମରଣଯନ୍ତା । ଗାଁ ଭିତକୁ ଯିବାକୁ ହେଲେ ୧୫ କିଲୋମିଟର ଖାଲ ଖମା, ନାଳ ଓ ପାହାଡ଼ ଜଙ୍ଗଲ ରାସ୍ତାପାର ହୋଇ ଯିବାକୁ ପଡେ । ଦେଖିବାକୁ ଗଲେ ଏହି ଗାଁରେ ପାଖାପାଖି ୨୦ଜୁଆଙ୍ଗ ସମ୍ପ୍ରଦାୟର ଲୋକ ବସବାସ କରନ୍ତି ।

କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁକୁ ଯାତାୟାତ କରିବା ପାଇଁ ରାସ୍ତା ନିର୍ମାଣ ହୋଇପାରି ନାହିଁ । ଫଳରେ ଗାଁ କୁ ଆମ୍ବୁଲାନ୍ସ ଟିଏ ଯାଇ ପାରୁ ନାହିଂ । ଯେଉଁଥି ପାଇଁ ରୋଗୀ ମାନଙ୍କୁ କିଛି ବାଟ ଖଟିଆରେ ବୁହା ହୋଇ ମେଡିକାଲ ନିଆଯାଏ । ସେପଟେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ୍ ତାହା ଜିଲ୍ଲାପାଳଙ୍କ ପରିଦର୍ଶନ ପୂର୍ବରୁ ଅସ୍ଥାୟୀ ଭାବେ ଚଲା ଯାଇଥାଏ ବୋଲି ଅଭିଯୋଗ ହେଉଛି। ତେବେ ପୂର୍ବ ପରି ସେମାନେ ବାଧ୍ୟ ହୋଇ ଚୁଆ ପାଣି ଉପରେ ଭରସା କରନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ତେବେ କିଛି ଦିନ ତଳେ ଢେଙ୍କାନାଳ ଜିଲାପାଳ ପୁଟିପାଳ ଗାଁକୁ ପୁଷ୍ୟ ଗ୍ରାମ ଭାବେ ନେଇଥିଲେ । ଏହା ସହ ଗାଁର ଦାୟିତ୍ୱ ସହ ବିକାଶ କରିବା ପାଇଁ ବାରମ୍ବାର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ପରିଦର୍ଶନ କରୁଥିଲେ । କିନ୍ତୁ ଉକ୍ତ ଗାଁର ବିକାଶ ସେପରି କିଛି ହୋଇ ନ ଥିବା ଅଭିଯୋଗ ହୋଇଛି । ସେହିଭଳି ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ସାମଗ୍ରୀ ପହଂଚିବା ତ ଦୂରର କଥା, ମିଶନ ଶକ୍ତି, କୃଷି, ପଶୁପାଳନର କୌଣସି ସୁବିଧା ଯୋଗାଇ ଦିଆଯାଉ ନଥିବା ବେଳେ ଗାଁରେ ନେଟୱାର୍କ ସୁବିଧା ଓ ବିଜୁଳି ସଂଯୋଗ ନ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ତେବେ ଦେଖିବାକୁ ବାକି ରହିଲା ପାଳ ଗ୍ରାମବାସୀ କେବେ ସମସ୍ତ ସୁବିଧା ପାଇ ପାରିବେ । ସୌମେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ

ମୟ କହିବ |

Leave a Reply

Your email address will not be published.

Back to top button