ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତି

ଏଣିକି କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଅକ୍ଷର ଲେଖିବା ସହଜ। ଓଡ଼ିଆ ଭାଷା କ୍ଷେତ୍ରରେ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ

ଏଣିକି କମ୍ପ୍ୟୁଟର ମାଧ୍ୟମରେ ଓଡ଼ିଆ ଅକ୍ଷର ଲେଖିବା ସହଜ ଓ ସରଳ ହେବ। ଯୁକ୍ତାକ୍ଷର ଓ ମାତ୍ରାଫଳ ବି ଠିକ ଆସିବ। କୌଣସି ଅକ୍ଷର ମିସ୍‌ ହେବ ନାହିଁ। ଏନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଆପ୍‌ ‘ଆମ ଲିପି’ ପ୍ରସ୍ତୁତ କରୁଛନ୍ତି। ଶ୍ରୀଲିପି ଓ ଆକୃତି ବନ୍ଦ ହେବା ପରେ ଏହି ଆପ ପ୍ରସ୍ତୁତ ନେଇ ସରକାର ଓଡ଼ିଆ ଅଧ୍ୟକ୍ଷୟ ଗବେଷଣା କେନ୍ଦ୍ରକୁ ୨୦୧୬ ରେ ପ୍ରସ୍ତାବ ଦେଇଥିଲେ। ଏବେ ଆପ ପ୍ରସ୍ତୁତ ସରିଥିବାବେଳେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟିରେ ମଧ୍ୟ ଅନୁମୋଦିତ ହୋଇଛି। ଏବେ ପରୀକ୍ଷଣ ଜାରି ରହିଥିବାବେଳେ କାର୍ଯ୍ୟକାରିତା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି।


ଓଡ଼ିଆ ଲେଖିବା‌ ନିମନ୍ତେ ରାଜ୍ୟ ସରକାର ଆଣୁଛନ୍ତି ସ୍ବତନ୍ତ୍ର ସଫ୍ଟୱେର ‘ଆମ ଲିପି’। ବର୍ତ୍ତମାନ ଏହା ପ୍ରସ୍ତୁତ ସରିଥିବାବେଳେ ରାଜ୍ୟ ସରକାରଙ୍କ ବୈଷୟିକ ବିଭାଗକୁ ପଠାଯାଇଛି। ଯେକୌଣସି କାର୍ଯ୍ୟ ପାଇଁ ଆମେ ଓଡ଼ିଆ ଲେଖିବା ପାଇଁ ଟୁଲ ନଥିଲା। ଶ୍ରୀଲିପି ଓ ଆକୃତି ସାହାଯ୍ୟ ଆମେ ଓଡ଼ିଆ ଲେଖୁଥିଲେ। ଏହା ୨୦୧୦ରୁ ବନ୍ଦ ହେବା ପରେ ଏହାର ନକଲ(କପି ଭର୍ସନ) ଦ୍ବାର କାର୍ଯ୍ୟ ହେଉଛି। ତେଣୁ ଏହି ନୂଆ ୟୁନିକୋର୍ଡ ଫଣ୍ଟ ସଫ୍ଟୱେର ଦ୍ବାରା ସ୍ବତନ୍ତ୍ରଭାବେ ଓଡ଼ିଆ ଲେଖିହେବ। ଏହାଦ୍ବାରା ସ୍ବଳ୍ପ ସମୟରେ ନିର୍ଭୁଲଭାବେ କାର୍ଯ୍ୟ କରିହେବ। ଏନେଇ ଭାଷାବିତ ତଥା ଓଡ଼ିଆ ଅଧ୍ୟୟନ କେନ୍ଦ୍ର ସଦସ୍ୟ ସୁବ୍ରତ ପୃଷ୍ଟି କହିଛନ୍ତି ଏହି ଆପ ବା ସଫ୍ଟୱେର ପାଇଁ ସରକାର ଓଡ଼ିଆ ଅଧ୍ୟୟନ କେନ୍ଦ୍ରକୁ କହିଥିଲେ। ଏବେ ସମ୍ପୂର୍ଣ୍ଣ ସରିଛି ସଫ୍ଟୱେର। ବିନା ମୂଲ୍ୟରେ ଏହାକୁ ପ୍ରଦାନ କରାଯାଇଛି। ଯାହାର ପରୀକ୍ଷଣ ଜାରି ରହିଛି ଏବଂ ଖୁବଶୀଘ୍ର ସରକାର କାର୍ଯ୍ୟକାରୀ କରି‌ବେ ବୋଲି ଆଶା। ସ୍ବତନ୍ତ୍ରଭାବେ ଆମ ଭାଷା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ କୌଣସି ଦ୍ବନ୍ଦ୍ବ ରହିବ ନାହିଁ କି କୌଣସି ଅକ୍ଷର ମିସ ହେବ ନାହିଁ।

Leave a Reply

Your email address will not be published.

Back to top button