ନୂଆପଡ଼ା ବାଜି- କାହା ପଲ୍ଲାରେ?

ନୂଆପଡ଼ାରେ ରେକର୍ଡ ଭୋଟ୍ ହେଲା। ମତଦାନର ହାର ରହିଲା ୮୩.୪୫ ପ୍ରତିଶତ। ତେବେ ମତଦାନର ହାର ବଢ଼ିଥିବାରୁ ଏହା କାହାକୁ ଲାଭ ଓ କାହାକୁ କ୍ଷତି, ତାକୁ ନେଇ ଆକଳନ ଆରମ୍ଭ ହୋଇଛି। ୧୪ରେ ଗଣତି। ନୂଆପଡ଼ା ନାସନାଲ କଲେଜ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ୍। ଇଭିଏମକୁ ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ କଡ଼ା ସୁରକ୍ଷା ପ୍ରହରାରେ ରଖାଯାଇଛି। ସିସିଟିଭି ବଳୟରେ ପୁରା ଷ୍ଟ୍ରଙ୍ଗରୁମ୍ ରହିଛି। ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ। ସକାଳ ୮ଟାରେ ପୋଷ୍ଟାଲ, ସାଢ଼େ ୮ଟାରୁ ଇଭିଏମ୍ ଗଣତି ହେବ ବୋଲି କହିଛନ୍ତି ଜିଲ୍ଲାପାଳ।ଅଧିକ ମତଦାନ ହେଲେ ସରକାର ବିରୋଧୀ ହାଓ୍ୱାକୁ ସୂଚାଏ। କିନ୍ତୁ ଉପନିର୍ବାଚନରେ ଅଧିକ ସଂଖ୍ୟାରେ ମତଦାନ ଆଉ କିଛି ଇଙ୍ଗିତ କରୁଛି କି। ତେବେ ଜିତାପଟ୍ଟକୁ ନେଇ ତିନି ପ୍ରମୁଖ ଦଳ ଏବେ ବି ଦମ୍ଭୋକ୍ତି ଦେଖାଉଛନ୍ତି। ବିଜେଡି କହୁଛି, ସବୁ ଠିକ୍ ଥିଲେ ୧୦ହଜାର ଭୋଟ୍ ବ୍ୟବଧାନରେ ଜିତିବୁ। ଆଉ ବିଜେପି ଯଦି ଜିତେ, ତାହେଲେ ଇଭିଏମ୍ ଜାଲିଆତି ସ୍ପଷ୍ଟ ହୋଇଯିବ। ସରକାରୀ ଦଳ ଫନ୍ଦିଫିକର କରି ଆବଶ୍ୟକ ନଥାଇ ଅନେକ ସ୍ଥାନରେ ଇଭିଏମକୁ ବଦଳାଇଛି। ହାଇଦ୍ରାବାଦରୁ ଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର କରି ୩୦ରୁ ୪୦ହଜାର ଭୋଟ ବ୍ୟବଧାନରେ ଜିତିବୁ ବୋଲି ଦାବି କରୁଛି ଶାସକ ଦଳ। ପ୍ରେସମିଟରେ ବିଜେପିକୁ ଏଭଳି ଟାର୍ଗେଟ କରିଛନ୍ତି ପ୍ରମିଳା ମଲ୍ଲିକ। ଏହାକୁ କାଉଣ୍ଟର କରି ଶାସକ ଦଳ କହିଛି, ଏହା ହତାଶାର ପ୍ରତିଫଳନ। ରେକର୍ଡ ସଂଖ୍ୟକ ଭୋଟ ପାଇବା ସହ ରେକର୍ଡ ମାର୍ଜିନରେ ଜିତିବେ ଜୟ ଢୋଲକିଆ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିଜେପିର ଜିତାପଟ୍ଟ ଥୟ। ପିସିସି ସଭାପତି କହିଛନ୍ତି, ଭୋଟ ଚୋରୀ କରିଛି ବିଜେପି। ସବୁ କଳବଳ କୌଶଳ କରି ଭୋଟ ଚୋରୀ କରି ଜିତିବାର ଫନ୍ଦି କରିଛି ଶାସକ ଦଳ। ଘାସିରାମଙ୍କ ଭଳି ପ୍ରାର୍ଥୀ ଘରକୁ ଘର ବୁଲି ଭୋଟରଙ୍କ ଆସ୍ଥାଭାଜନ ହେବାକୁ ପ୍ରୟାସ କରିଥିଲେ। ବିଜେଡି ଓ ବିଜେପି ଭଳି ବ୍ୟୟବହୁଳ ପ୍ରଚାରରେ ମାତିନଥିଲା କଂଗ୍ରେସ। ନୂଆପଡ଼ା ଉପନିର୍ବାଚନରେ ଭୋଟ ଗଣତିକୁ ଅପେକ୍ଷା। କ୍ଷମତା ସମୀକରଣରେ ବିଧାନସଭାକୁ ନୂଆପଡ଼ାରୁ କାହାର ନେତୃତ୍ୱ ରହିବ। ନୂଆପଡ଼ାକୁ ବିଧାନସଭାରେ କିଏ ପ୍ରତିନିଧିତ୍ୱ କରିବ। ସ୍ନେହାଙ୍ଗିନୀ, ଜୟ ନା ଘାସିରାମ। କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବାକୁ ନୂଆପଡ଼ା ଭୋଟର ମନସ୍ଥ କରିସାରିଛନ୍ତି, ୧୪ରେ ସ୍ପଷ୍ଟ ହେବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *