ନୂଆପଡ଼ାରେ ନିର୍ବାଚନୀ ବିଗୁଲ୍ ବାଜିସାରିବା ପରେ ତିନି ପ୍ରମୁଖ ଦଳକୁ ଆଉ ତର ନାହିଁ। ନୂଆପଡ଼ାରେ ବିଜୟ ନିଶ୍ଚିତ ବୋଲି ଦାବି କରୁଛନ୍ତି ପ୍ରମୁଖ ପାର୍ଟି। ଦଳ ଓ ଆଶାୟୀଙ୍କୁ ଆଉ ତର ନାହିଁ। ଘାସିରାମ ମାଝୀଙ୍କୁ ଟିକଟ ଦେଇଛି କଂଗ୍ରେସ। ବାରମ୍ୱାର ନିର୍ବାଚନ ଲଢ଼ି ହାରିବା ସତ୍ତ୍ୱେ ହାର ମାନିନାହାନ୍ତି ଘାସିରାମ। ସେଥିଲାଗି ଏବେ ଘାସିରାମଙ୍କୁ ଉପଯୁକ୍ତ ନ୍ୟାୟ ଦେବାର ବେଳ ଆସିଛି ବୋଲି କହିଛନ୍ତି ପିସିସି ସଭାପତି। ଖରିଆର ରୋଡକୁ ମ୍ୟୁନିସିପାଲିଟି ଓ କୋମନାକୁ ଏନଏସି ଘୋଷଣା କରି ଶସ୍ତା ରାଜନୀତି କରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଆରୋପ ଲଦିଛନ୍ତି ଭକ୍ତ।ନୂଆପଡ଼ା ଭଳି ଅନୁନ୍ନତ ଅଞ୍ଚଳର ବିକାଶ ପାଇଁ ଆନ୍ତରିକତା ନାହିଁ। ବିଜେପିର ନୂଆପଡ଼ା ପ୍ରାର୍ଥୀ କିଏ ହେବ, ତାକୁ ନେଇ ମାନସମନ୍ଥନ ହୋଇଛି ରାଜ୍ୟ ମୁଖ୍ୟାଳୟରେ। ଅଭିନନ୍ଦନ ପଣ୍ଡା, ଯଦୁମଣି ପାଣିଗ୍ରାହୀ ନା ନୂଆ ମୁହଁ। କାହାକୁ ଟିକଟ ଦେବ ବିଜେପି। ନୂଆପଡ଼ାରେ ଏଥର ବିଜେପି ଜିତିବ ବୋଲି ନିଶ୍ଚିତ। ବିଜେପି ସପକ୍ଷରେ ନୂଆପଡ଼ାବାସୀଙ୍କ ଜନମତ ଯିବ। ନୂଆପଡ଼ାବାସୀ ସରକାରଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ କମିଟି ସଠିକ୍ ସମୟରେ ପ୍ରାର୍ଥୀ ନିର୍ଣ୍ଣୟ କରିବ। ଶୁକ୍ରବାର ବସିବ କୋର୍ କମିଟି ବୈଠକ। ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ଆଲୋଚନା ହେବ। ନୂଆପଡ଼ା ପାଇଁ ମୁଖ୍ୟମନ୍ତ୍ରୀ ବିକାଶର ଭେଟି ଦେଇଥିବାରୁ ବିରୋଧୀ ଛାନିଆ ହୋଇପଡ଼ିଛନ୍ତି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ। ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ଏଥର ମୈଦାନକୁ ଛାଡ଼ିବ ବିଜେଡି। ଜୟ ହିଁ ବିଜେଡି ପ୍ରାର୍ଥୀ ବୋଲି ଦଳ ବି ସବୁଜସଙ୍କେତ ଦେଇସାରିଛି। ଦିବଂଗତ ବିଧାୟକ ରାଜେନ୍ଦ୍ରଙ୍କ ଲୋକପ୍ରିୟତା, ନୂଆପଡ଼ାକୁ ନବୀନଙ୍କ ସ୍ୱତନ୍ତ୍ର ଦୃଷ୍ଟି ଓ ସର୍ବୋପରି ନୂଆପଡ଼ା ବିକାଶରେ ବିଜେଡି ସରକାରର ଅବଦାନକୁ ଆୟୁଧ କରି ପୁଣି ନୂଆପଡ଼ାରେ ବାଜି ମାରିବ ବୋଲି କହିଛି ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର। ନଭେମ୍ୱର ୧୧ରେ ନୂଆପଡ଼ା ଭୋଟ। ବିଜେପି ପାଇଁ ଏହି ଉପନିର୍ବାଚନ ସମ୍ମାନର ପ୍ରଶ୍ନ। ୧୫ ମାସର ମୋହନ ସରକାରର ଜନତା ଉପରେ କି ପ୍ରଭାବ ପଡ଼ିଛି, ଏହା ସାଜିବ ଏସିଡ୍ ଟେଷ୍ଟ। ବିଜେଡି ଏହି ଆସନକୁ ବଜାୟ ରଖିବାରେ ସକ୍ଷମ ହେବ କି। ଆସନ ରଖିବାକୁ ସକ୍ଷମ ହେଲେ ଆଜି ବି ନବୀନ କ୍ରେଜ୍ ଅତୁଟ ରହିଛି ବୋଲି ପ୍ରମାଣିତ ହେବ। ଆଉ କଂଗ୍ରେସର କରିସ୍ମା କାଟୁ କଲେ ନୂଆପଡ଼ାରୁ ପରିବର୍ତ୍ତନର ସ୍ୱର ଶୁଭିବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now