ନୂଆପଡ଼ା ଜିଲ୍ଲାରେ ସ୍ୱାଭାବିକ ବର୍ଷାରୁ ଜୁନ ମାସରେ ୫୦ ପ୍ରତିଶତ ଏବଂ ଜୁଲାଇ ମାସରେ ୨୨ ପ୍ରତିଶତ ବୃଷ୍ଟିପାତ କମ ହୋଇଛି : କୃଷି କାର୍ଯ୍ୟ ମନ୍ଥର ଗତି

Spread the love

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ସ୍ୱାଭାବିକରୁ ବହୁତ କମ ବର୍ଷା ହେବାର ରେକର୍ଡ ରହିଅଛି । ଜିଲ୍ଲାରେ ଜୁନ ମାସରେ ୨୧୦ ମିଲି ମିଟର ବୃଷ୍ଟିପାତ ହେବାର ରେକର୍ଡ ରହିଥିବା ବେଳେ ୫୦ ପ୍ରତିଶତ ବୃଷ୍ଟିପାତ କମ ହୋଇଅଛି । ଜୁନ ମାସରେ ସର୍ବ ନିମ୍ନ ଖଡିଆଳରେ ୫୪ ଏମ.ଏମ., ସିନାପାଲି ୫୨ ଏମ.ଏମ., ବୋଡ଼େନରେ ୧୦୮ ଏମ.ଏମ. ରେକର୍ଡ ହୋଇଛି । କୋମନା ୨୩୮ଏବଂ ନୂଆପଡ଼ା ବ୍ଲକରେ ୧୭୭ ଏମ.ଏମ. ବୃଷ୍ଟିପାତ ହୋଇଅଛି ।

ସେହିପରି ଜୁଲାଇ ମାସରେ ଜିଲ୍ଲାରେ ୩୪୭ ଏମ.ଏମ. ସ୍ୱାଭାବିକ ବୃଷ୍ଟିପାତ ରେକର୍ଡ ରହିଥିବା ବେଳେ ୨୨ ପ୍ରତିଶତ କମ ବୃଷ୍ଟିପାତ ହୋଇଅଛି । ଜୁଲାଇ ମାସରେ ନୂଆପଡ଼ା ବ୍ଲକକୁ ବାଦ ଦେଇ ସମସ୍ତ ବ୍ଲକରେ ସ୍ୱାଭାବିକରୁ କମ ହୋଇଅଛି । ଖଡ଼ିଆଳରେ ୧୯୯ ଏମ ଏମ, ସିନାପାଲି ବ୍ଲକରେ ୧୯୩, ବୋଡ଼େନ ରେ ୨୮୯, କୋମନାରେ ୩୦୯ ଏବଂ ନୂଆପଡ଼ା ବ୍ଲକରେ ୩୬୪ ଏମ ଏମ ବୃଷ୍ଟିପାତ ରେକର୍ଡ ହୋଇଅଛି । ବୃଷ୍ଟିପାତ କମ ଥିବା କାରଣରୁ ଅଳ୍ପ ବର୍ଷାରେ ମଧ୍ୟ ବର୍ଷା ଜଳ ନିମ୍ନ ଗାମୀ ହୋଇ ଶୋଷି ଯାଉଅଛି। ଜମିରେ ଜଳ ସ୍ତର ନିମ୍ନରେ ରହିଅଛି । ବାଲୁ ସାରିଆ ଜମିରେ ଜଳ ଶୋଷିବା ବ୍ୟାପକ ଦେଖାଯାଉଛି ।

Leave a Reply

Your email address will not be published. Required fields are marked *