ଓଡ଼ିଶା

କବିତା ଲେଖି ଚର୍ଚ୍ଚାରେ ଓଏଏସ କଲ୍ୟାଣୀ

ଗଞ୍ଜାମ: ଜଣେ ଓଏଏସ ଅଧିକାରୀ ସମାଜରେ କେତେ ସମ୍ମାନ ସାଉଁଟିଥାଏ। ଆଉ କର୍ତ୍ତବ୍ୟ କଲାବେଳେ କେତେ ପ୍ରତିବନ୍ଧକକୁ ବି ସହିଥାଏ। ତା ନହେଲେ ସମାଜ ପ୍ରତି ତାଙ୍କର ଅଙ୍ଗିକାରବଦ୍ଧତା ଓ କାମ ଚାପକୁ ସମାନ୍ତରାଳ ଭାବେ ମୁକାବିଲା କରିବା ସମ୍ଭବପର ହୁଅନ୍ତାନି। ସୋସିଆଲ ମିଡ଼ିଆରେ ଜଣେ ଓଏଏସ ଅଧିକାରୀଙ୍କ ତହସିଲଦାର ଶୀର୍ଷକ କବିତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତହସିଲଦାର ଭାବେ କିଭଳି ତାଳିରୁ ଗାଳି ବେଶୀ ଜୀବନର ବଡ଼ ଅଙ୍ଗ ସାଜିଛି, ତାହାର ଅବତାରଣା କରିଛନ୍ତି।ଗଞ୍ଜାମ() ଜଣେ ଓଏଏସ ଅଧିକାରୀ ସମାଜରେ କେତେ ସମ୍ମାନ ସାଉଁଟିଥାଏ। ଆଉ କର୍ତ୍ତବ୍ୟ କଲାବେଳେ କେତେ ପ୍ରତିବନ୍ଧକକୁ ବି ସହିଥାଏ। ତା ନହେଲେ ସମାଜ ପ୍ରତି ତାଙ୍କର ଅଙ୍ଗିକାରବଦ୍ଧତା ଓ କାମ ଚାପକୁ ସମାନ୍ତରାଳ ଭାବେ ମୁକାବିଲା କରିବା ସମ୍ଭବପର ହୁଅନ୍ତାନି।

ସୋସିଆଲ ମିଡ଼ିଆରେ ଜଣେ ଓଏଏସ ଅଧିକାରୀଙ୍କ ତହସିଲଦାର ଶୀର୍ଷକ କବିତାକୁ ନେଇ ଏବେ ସବୁଠି ଚର୍ଚ୍ଚା। ତହସିଲଦାର ଭାବେ କିଭଳି ତାଳିରୁ ଗାଳି ବେଶୀ ଜୀବନର ବଡ଼ ଅଙ୍ଗ ସାଜିଛି, ତାହାର ଅବତାରଣା କରିଛନ୍ତି। ସାମ୍ୱାଦିକତାରୁ ପ୍ରଶାସନିକ ଅଧିକାରୀ। ସାମ୍ୱାଦିକତା ବେଳେ ଜଣେ ପ୍ରଶାସନିକ ଅଧିକାରୀର ନାନା ଗୁଣ ଓ ଖୁଣ ବାହାର କରିବାର ଦକ୍ଷତା ଲେଖନୀ ମୁନରେ ସେ ଏକଦା ଫୁଟାଉଥିଲେ। ହେଲେ ଆଜି ଜଣେ ଓଏଏସ ଅଧିକାରୀ। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ତହସିଲଦାର ଭାବେ କାମ କରୁଛନ୍ତି କଲ୍ୟାଣୀ ସଂଘମିତ୍ରା। ନିଜର ଫେସବୁକ ପୃଷ୍ଠାରେ ତହସିଲରଦାର ଶୀର୍ଷକ କବିତା ଲେଖି ଏବେ ସେ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ତହସିଲଦାର ଭାବେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ଅନେକ ଦିଗକୁ ଲେଖାରେ ଫୁଟାଇଛନ୍ତି କଲ୍ୟାଣୀ। ଏହି କବିତାରେ କିଭଳି ତହସିଲଦାର ଚାକିରିରେ ତାଳିରୁ ଅଧିକ ଗାଳି ରହିଛି, ତାହାର ଅବତାରଣା କରିଛନ୍ତି କଲ୍ୟାଣୀ।

ପିଲା ମୋର ଓଏଏସ ଅଫିସର ଅଛି କହି ଗର୍ବ କରୁଥିବେ ପରିବାର। ତହସିଲଦାର ଚୌକି ସିନା ସମ୍ମାନଜନକ ବୋଲି ବିବେଚନା କରାଯାଏ। କିନ୍ତୁ ସେ ଚୌକି ତଳେ କଣ୍ଟା ଥାଏ। ଚାକିରି କାଳରେ ଯାବତୀୟ ଶର ଶଯ୍ୟାରେ ସେ ବସିଥାଏ। ତହସିଲଦାର ଚାକିରି କରୁଥିବା ପିଲାଟି କେତେ ଚାପରେ ଅଛି। ଅଂଶୁଘାତ, ବଜ୍ରାଘାତରୁ ନେଇ ମରୁଡି, ବଢ଼ି। ସବୁଠି ଆଗ ତହସିଲଦାର ପହଞ୍ଚିଥାଆନ୍ତି। କିନ୍ତୁ ହିସାବ କିତାବରେ କିଛି ଏପଟସେପଟ ହୋଇଗଲେ, ଆଖି ପିଛୁଳାକେ ହିସାବ ଦେବାକୁ ତାଗିଦ୍ କରାଯାଏ। ମୈଦାନ, ମେଲଣ ପଡ଼ିଆରୁ ନେଇ ମଶାଣି ଯାଏ। ଉତ୍ତରାଧିକାରୀ, ଭାଇଭାଗରୁ ନେଇ ଚାଷୀଙ୍କୁ ଟୋକନ, ଜାତି ପ୍ରମାଣପତ୍ର ଯାଏ। ସବୁଠି ଖୋଜାପଡ଼େ ତହସିଲଦାରଙ୍କୁ।

ରାଜସ୍ୱ ଟାର୍ଗେଟ ପାଇଁ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥାଆନ୍ତି ଅନେକ ସମୟରେ। ଅତ୍ୟନ୍ତ ପ୍ରତିକୂଳତା ସହ ଅବିରତ ଯୁଝିଯୁଝି କାମ କରୁଥିବା ଓ କରିସାରିଥିବା ସବୁ ତହସିଲଦାର ଭାଇ ଭଉଣୀଙ୍କୁ ଉତ୍ସର୍ଗ କରିଛନ୍ତି ଏହି କବିତାଟି କଲ୍ୟାଣୀ। ସୋସିଆଲ ମିଡ଼ିଆରେ ତହସିଲଦାର କଲ୍ୟାଣୀଙ୍କର ଏହି କବିତା ପୋଷ୍ଟ ପରେ ଚାକିରୀରେ ଥାଇ ବି ଏଭଳି ଅପ୍ରିୟ ସତ ଓଗାଳିଥିବାରୁ ଅନେକ ସାଧୁବାଦ୍ ଦେଇଛନ୍ତି। ତ ଅନେକ କବିତା ଶୈଳୀରେ ଏଭଳି ଚାକିରୀ କରି କର୍ତ୍ତବ୍ୟକୁ କାହିଁକି ନିନ୍ଦା କଲ ବୋଲି ସମବେଦନା ଜଣାଇଛନ୍ତି। ଚାକିରୀ ନୁହେଁ, ଚାକର ଏଠି ବୋଲି କହିଛନ୍ତି।

ଆଉ କିଏ ଟିପ୍ପଣୀ ଦେଇଛି, ସମସ୍ତ ଓଏଏସ ଓ ଓଆରଏସ ଅଧିକାରୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲାଗୁଛି ଏହି କବିତାଟି ସେମାନଙ୍କର ବାୟୋଗ୍ରାଫି। ଜଣେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଅନେକ ଆହ୍ୱାନ। ଆଉ ଏହାକୁ ନିଜ କବିତାରେ ଶତପ୍ରତିଶତ ପ୍ରତିଫଳିତ କରିଛନ୍ତି କଲ୍ୟାଣୀ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ସହ ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button