ବିଦେଶ ମାଟିରେ ଓଡିଆ ମହିଳା ବୈଜ୍ଞାନିକଙ୍କ କୃତିତ୍ବ

ଜୟପୁର: ଜର୍ମାନୀରେ ଓଡିଶାର ଜଣେ ସଫଳ ବୈଜ୍ଞାନିକ । ବୈଜ୍ଞାନିକ ହେବାର ଲକ୍ଷ୍ୟ ନେଇ ଜର୍ମାନୀ ଯାଇଥିବା କୋଟପାଡ଼ ବ୍ଲକ ଧମଣାହାଣ୍ଡି ଗାଁର ଐଶ୍ବର୍ଯା ବ୍ରହ୍ମlଙ୍କ ସ୍ୱପ୍ନ ସାକାର ହୋଇଛି । ଜର୍ମାନୀର ୨୦ ଜଣ ସଫଳ ବୈଜ୍ଞାନିକଙ୍କ ମଧ୍ୟରେ ଐଶ୍ଚର୍ଯା ଅନ୍ୟତମ।

ଜର୍ମାନୀରେ ଓଡିଶାର ଜଣେ ସଫଳ ବୈଜ୍ଞାନିକ । କୋଟପାଡ଼ ବ୍ଲକ ଧମଣାହାଣ୍ଡି ଗାଁରେ  ଜନ୍ମ ଗ୍ରହଣ କରିଥିବା ଐଶ୍ଚର୍ଯା ବ୍ରହ୍ମl ଜଣେ ସଫଳ ବୈଜ୍ଞାନିକ ଭାବେ ପୁରସ୍କୃତ ହୋଇଛନ୍ତି । କିଛି ମାସ ପୂର୍ବେ ଜର୍ମାନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜର୍ମାନୀର ୨୦ ଜଣ ସଫଳ ବୈଜ୍ଞାନିକମାନଙ୍କୁ ପୁରସ୍କୃତ କରାଯାଇଥିଲାବେଳେ ସେମାନଙ୍କ ମଧ୍ୟ୍ୟରୁ ଐଶ୍ଚର୍ଯା ବ୍ରହ୍ମl ମଧ୍ୟ୍ୟ ପୁରସ୍କୃତ ହୋଇଥିଲେ । ଯାହାକୁ ନେଇ କୋରାପୁଟ କଟପାଡ଼ରେ ଥିବା ତାଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।

ଐଶ୍ଚର୍ଯା ବ୍ରହ୍ମl ୨୧ ବର୍ଷ ବୟସରେ ବୈଜ୍ଞାନିକ ହେବାର ଲକ୍ଷ୍ୟ ନେଇ ଜର୍ମାନୀ ଯାଇଥିଲେ । ସେଠାରେ ଶିକ୍ଷା ଅଧ୍ୟୟନ ସମ୍ପୂର୍ଣ କରି ଏବେ ଜର୍ମାନୀର ସବୁଠାରୁ ବଡ଼ ଫାର୍ମା କମ୍ପାନୀ  ନଭାଷ୍ଟିକରେ ବୈଜ୍ଞାନିକ ଅଛନ୍ତି । ପୂର୍ବରୁ ଭାରତୀୟ ମାନଙ୍କ ସଫଳତା କାହାଣୀ ରହି ଆସିଥିବାବେଳେ ଏବେ ଐଶ୍ଚର୍ଯା ଏକ ଜଳନ୍ତ ଉଦାହରଣ ସାଜିଛନ୍ତି । ଏସବୁ  ସଫଳତା ପଛରେ ନିଜ ଶାଶୁ ଶଶୁର ଘର ଲୋକେ ବହୁତ ସପୋର୍ଟ କରନ୍ତି ବୋଲି କହିଛନ୍ତି ଐଶ୍ଚର୍ଯା ।

ଅନ୍ୟପଟେ ବିଦେଶ ମାଟିରେ ରହିଲେ ମଧ୍ୟ ଐଶ୍ୱର୍ଯ୍ୟା ନିଜ ସଂସ୍କୃତି ଓ ପରମ୍ପରାକୁ  ଭୁଲି ନାହାନ୍ତି। ଜର୍ମାନୀରେ ରହି ସେ ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ କଳା ବିଷୟରେ ତାଲିମ ଦେଉଛନ୍ତୁ। ଏହା ବ୍ୟତୀତ ଜର୍ମାନୀର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଜଣେ ଭାରତୀୟ ଭାବେ ଜର୍ମାନୀ ବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇପାରିଛନ୍ତି।

 ରଞ୍ଜନ କୁମାର ମିଶ୍ରଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *