ବରଗଡ଼ରେ ଥିବା ସରକାରୀ ସିମେଣ୍ଟ କମ୍ପାନୀକୁ ୨୦୦୩ ମସିହାରେ ଘରୋଇକରଣ ହୋଇ ଏସିସି ସିମେଣ୍ଟକୁ ଦିଆଯାଇଥିଲା | ବର୍ତ୍ତମାନ ଏସିସି ସିମେଣ୍ଟର ଅଧିକାଂଶ ସେୟାର ଅଦେନି କମ୍ପାନୀ କିଣି ନେଇ ଥିବାରୁ, ବର୍ତ୍ତମାନ କାରଖାନାର ମାଲିକ ଅଦେନି କମ୍ପାନୀ | କର୍ମଚାରୀଙ୍କୁ ଜୋର ଜବରଦସ୍ତ ଭିଆରଏସ ନେବାକୁ କୁହାଯାଉଛି | ଆଉ କିଛି ଜଣଙ୍କୁ ବାହାରକୁ ପଠାଇ ଦିଆଯାଇଛି | ସିମେଣ୍ଟ କାରଖାନା ବନ୍ଦ କରି ଗନ୍ଧମାର୍ଦ୍ଧନ ପର୍ବତରୁ ବକ୍ସାଇଟ ଆଣି ସିମେଣ୍ଟ କାରଖାନାରେ କ୍ଲିଙ୍କର ପ୍ରତିଷ୍ଠା କରିବାକୁ ଅଦେନି କମ୍ପାନୀ ଯୋଜନା କରୁଥିବା ଅଭିଯୋଗ ଆଣିଲେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେହିପରି ସରକାର ଗୋଟେ କମ୍ପାନୀକୁ କାରଖାନା ଦେଇଥିଲେ, ସେ କେମିତି ସରକାର ଦେଇଥିବା କମ୍ପାନୀକୁ ଅନ୍ୟ ଜଣକୁ ବିକିଲା ? ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କଲେ ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ…

Naxatra News is now on Whatsapp
Join and get latest news update delivered to you via whatsapp
Join Now