ଦୁର୍ଘଟଣା

ବିହାରର ବକ୍ତିୟାରପୁରରେ ଇ ରିକ୍ସା ଉପରେ ଓଲଟିଲା ଭାରି ଟ୍ରକ, ୪ ମୃତ ଓ ୬ ଆହତ

ପାଟନା :ବିହାର ରାଜଧାନୀ ପାଟନାରୁ ଅଳ୍ପ ଦୁର ବକ୍ତିୟାରପୁରରେ ଶୁକ୍ରବାରଦିନ ଦୁଇପ୍ରହର ସମୟରେ ଏକ ବଡ ରାସ୍ତା ଦୁର୍ଘଟଣାରେ ଚାରିଜଣ ଲୋକଙ୍କର ମୃତ୍ୟ ଘଟିଛି । ବକ୍ତିୟାରପୁରରେ ଏକ ଟ୍ରକ ଭାରସାମ୍ୟ ହରାଇ ଗୋଟିଏ ଇ ରିକ୍ସା ଉପରେ ଓଲଟି ପଡିଥିଲା ଫଳରେ ୪ ଜଣଙ୍କର ମୃତ୍ୟ ହେବା ସହିତ ୬ ଜଣ ଗଭିର ଭାବରେ ଆହତ ହୋଇଛନ୍ତି ।

କୁହାଯାଉଛି ଯେ ଶୁକ୍ରବାର ଦୁଇ ପ୍ରହର ସମୟରେ ଲଖନପୁର ପାଖରେ ଦୃତଗତୀରେ ଯାଉଥିବା ଏକ ଟ୍ରକ ଗୋଟିଏ ଇ ରିକ୍ସା ଉପରେ ଓଲଟି ପଡିଥିଲା । ଏହି ଦୁର୍ଘଟଣା ପରେ ସେଠାରେ ଜନଗହଳୀ ହୋଇଯାଇଥିଲା । ସ୍ଥାନୀୟ ଲୋକମାନେ ଦୁର୍ଘଟଣାର ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଠିକ ସମୟରେ ପହଂଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତୀ କରିଥିଲା । ସେମାନଙ୍କୁ ଡାକ୍ତର ପାଟନା ରେଫର କରିଦେଇଛି । ପୋଲିସ ମୃତ ଶବ ଗୁଡିକୁ ପୋଷ୍ଟମାର୍ଟମ ପାଇଁ ପଠାଇ ଦେଇଛି ଓ ମାମଲାର ଛାନଭିନ କରୁଛି । ମୃତକ ଓ ଆହତ ମାନଙ୍କ ଠିକଣା ବର୍ତମାନ ସୁଦ୍ଧା ହୋଇପାରିନାହିଁ ।

Related Articles

Leave a Reply

Your email address will not be published.

Back to top button