ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧୀନରେ ଚଳିତ ବର୍ଷ ୩୦ ଜୁନ୍ ସୁଦ୍ଧା ଓଡ଼ିଶାକୁ ମିଳିଛି ୨୩,୧୨୦ କୋଟି ଟଙ୍କା

Spread the love

ନୂଆଦିଲ୍ଲୀ : ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠି ଅଧୀନରେ ଚଳିତ ବର୍ଷ ଜୁନ୍ ୩୦ ତାରିଖ ସୁଦ୍ଧା ଓଡ଼ିଶାକୁ ୨୩,୧୨୦ କୋଟି ଟଙ୍କା ମିଳିଛି । ଏଥିମଧ୍ୟରୁ ୧୭,୭୫୫.୨୦ କୋଟି ଟଙ୍କା ପ୍ରମୁଖ ଖଣିଜ ଦ୍ରବ୍ୟରୁ ମିଳିଥିବା ବେଳେ କୋଇଲା ଓ ଲିଗନାଇଟରୁ ୫୨୩୭.୫୮ କୋଟି ଟଙ୍କା ମିଳିଛି । ସେହିପରି ଲଘୁ ଖଣିଜ ଦ୍ରବ୍ୟରୁ ୧୨୭.୨୧ କୋଟି ଟଙ୍କା ମିଳିଛି ।

ଓଡ଼ିଶା ରାଜ୍ୟର ଡିଏମଏଫ ନିୟମ ଅନୁଯାୟୀ, ଅତିକମରେ ୬୦% ପାଣ୍ଠି ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ ଏବଂ ୪୦% ପାଣ୍ଠି ଅନ୍ୟାନ୍ୟ ପ୍ରାଥମିକତା କାର୍ଯ୍ୟରେ ଖର୍ଚ୍ଚ କରାଯାଏ । ଓଡ଼ିଶାରେ, ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଅଧୀନରେ ଉପଯୋଗ ହୋଇଥିବା ପାଣ୍ଠିର ବିବରଣୀ ନିମ୍ନରେ ଦିଆଯାଇଛି ।

ଖଣି ମନ୍ତ୍ରଣାଳୟକୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ପ୍ରକଳ୍ପଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ବର୍ତ୍ତମାନର ପ୍ରକଳ୍ପଗୁଡ଼ିକରେ ଡିଏମଏଫ ପାଣ୍ଠିର ଉପଯୋଗକୁ ତ୍ୱରାନ୍ୱିତ କରିବା ଜରିଆରେ ପାଣ୍ଠି ଆବଣ୍ଟନକୁ ବଢ଼ାଇବା ଲାଗି ଓଡ଼ିଶା ସରକାର ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *