ଓଡ଼ିଶାପାଣିପାଗ ଓ ପରିବେଶ

ଆହୁରି ତାତିବ ସାରା ଓଡ଼ିଶା

ତାତି ରେ ଆଉଟୁ ପାଉଟୁ ଜନଜୀବନ ।  ପଶ୍ଚିମାଞ୍ଚଳରୁ ‘ଲୁ’ ପ୍ରବାହିତ ହେଉଥିବାରୁ ତାତି ଆହୁରି ବଢ଼ିବ I ଓଡିଶାର ପଶ୍ଚିମାଞ୍ଚଳରେ ହିଟ୍ ୱେଭ୍ ,  ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଲି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଉପକୂଳ ଓ ଆଭ୍ୟାନ୍ତରିଣ ଓଡିଶାରେ କେତେକ ସ୍ଥାନରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି ।   ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ , ସମ୍ୱଲପୁର , ବରଗଡ, ସୋନପୁର ବୌଦ୍ଧ, ବଲାଙ୍ଗିର ଜିଲ୍ଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଏହି  ୧୧ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ପ୍ରବଳ ଗ୍ରୀଷ୍ମ ପ୍ରବାହର ମୁକାବିଲା ସର୍ତ୍ତକ ଦୃଷ୍ଟି ଦେବାକୁ କୁହାଯାଇଛି । ଜରୁରୀ କାମ ନଥିବା ଘରୁ ବାହରକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ବାହରକୁ ଯିବା ସମୟରେ ବିଶେଷ କରି ଦିନ ୧୧ ଟା ରୁ ଅପରାଙ୍ନ ୩ ଟା ୩୦ ମିନିଟ ମଧ୍ୟରେ ଘରୁ ବାହରକୁ ଯିବା ସମୟରେ ସର୍ତକତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଇଛି . ..

ବୁଧବାର  ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ବର ୩୮.୬, ବାଲେଶ୍ବର ୩୭.୨, ଝାରସୁଗୁଡ଼ା ୪୦, ସମ୍ବଲପୁର ୪୦,କେଉଁଝର ୩୯,ପୁରୀ ୩୨ ଡିଗ୍ରୀ ଛୁଇଁଥିବା ବେଳେ ଗତକାଲି ବୌଦ୍ଧ ରାଜ୍ୟ ର ସବୁଠୁ ଉତପ୍ତ ସହର ପାଲଟିଥିଲା ,ଆଜି କିଛି ସହର ୪୫ ଡିଗ୍ରୀ ଛୁଇଁବ ବୋଲି ଆଗୁଆ ଆକଳନ କରିଚି ପାଣିପାଗ ବିଭାଗ । ତେବେ କେବଳ ଅଧିକ ଖରା ନୁହେଁ ରାଜ୍ୟରେ ୫୦ ପ୍ରତିଶତ ରୁ ଅଧିକ ଆଦ୍ରତା ହେଉଥିବା ରୁ ଗଳୁଗୁଳି ଅନୁଭବ ହେଉଚି । ଆହୁରି ୫ ଦିନ ଏମିତି ଗଳୁଗୁଳି ଲାଗି ରହିବା ସହ ଗଳୁଗୁଳି ରେ ଆଉଟପାଉଟ ହେବେ ଲୋକ l ଏପ୍ରିଲ ୩୦ ତାରିଖ ପରେ ପାଗରେ ସାମନ୍ୟ ପରିବର୍ତ୍ତନ ସହ ତାତିରୁ ସାମାନ୍ୟ ତ୍ରାହୀ ମିଳିପାରେ ।

Leave a Reply

Your email address will not be published.

Back to top button