ଓଡ଼ିଶା

କାଲିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା

ଭୁବନେଶ୍ବର: କାଲିଠାରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ ପରୀକ୍ଷା। ସେପ୍ଟେମ୍ବର ୩, ୪ ଓ ୭ତାରିଖରେ ହେବ ପରୀକ୍ଷା। ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପରୀକ୍ଷା ପାଇଁ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ରାଜ୍ୟର ୨୮ ସହରରେ ହୋଇଛି ୩୮ଟି ପରୀକ୍ଷା କେନ୍ଦ୍ର।  ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନାରେ ମଧ୍ୟ ହୋଇଛି ପରୀକ୍ଷା କେନ୍ଦ୍ର।

ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। (CBT) କମ୍ପୁଟର ବେସଡ ଟେଷ୍ଟ ମାଧ୍ୟମରେ ହେବ ପରୀକ୍ଷା। ବିଟେକ୍, ବିଫାର୍ମା, ଏମବିଏ, ଲାଟେରାଲ ଏଣ୍ଟ୍ରି ଟୁ ବିଟେକ୍, ଏମସିଏ, ଏମ୍ଟେକ୍, ଆର୍କିଟେକ୍, ଏମ୍ ଫାର୍ମା ପାଠ୍ୟକ୍ରମରେ ନାମ ଲେଖା ପାଇଁ ପରୀକ୍ଷା ହେବା ନେଇ ସୂଚନା ଦେଇଛନ୍ତି ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ।

Leave a Reply

Your email address will not be published.

Back to top button