ବଢ଼ିଲା ଭତ୍ତା। ବୟସ୍କ ଓ ଭିନ୍ନକ୍ଷମଙ୍କ ଭତ୍ତା ୩ହଜାର୫ଶହ ଟଙ୍କାକୁ ବଢ଼ାଇଛନ୍ତି ସରକାର। ଜାନୁଆରୀରୁ ହିଁ ଏହା ଲାଗୁ ହେବ ବୋଲି ମୋହର ମାରିଛି କ୍ୟାବିନେଟ୍। ୬ଲକ୍ଷରୁ ଅଧିକ ଲୋକ ଏଥିରେ ଉପକୃତ ହେବେ ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ। ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଓ ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଭିନ୍ନକ୍ଷମ ହିତାଧିକାରୀ ଏହି ବର୍ଦ୍ଧିତ ଭତ୍ତା ପାଇବେ। ଏଣିକି ବୟସ୍କ ଓ ଦିବ୍ୟାଙ୍ଗଙ୍କୁ କେହି ଅନାଦର କରିପାରିବେନି। ନବୀନ ସରକାର ଦୀର୍ଘ ଦିନ ଶାସନରେ ରହିଥିଲେ ସୁଦ୍ଧା ଏଭଳି ପଦକ୍ଷେପ ନେଲେନି। କିନ୍ତୁ ମୋହନ ସରକାର ଯାହା କହିଥିଲେ, ଶାସନରେ ଆସୁ ଆସୁ କଲେ।
ସେପଟେ ବିରୋଧୀ କହିଛନ୍ତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ନେଇ ବାରମ୍ୱାର ବିଧାନସଭାରେ ଆଲୋଚନା ହୋଇଛି। ସରକାର ନିଜ କଥା ରଖନ୍ତୁ ବୋଲି ଚାପ ପକାଇଛୁ। ଦାବି ପୂରଣ ଲାଗି ଧାରଣା ବି ଦିଆଯାଇଥିଲା। ଏହା ପରେ ସରକାର ବାଧ୍ୟ ହୋଇ ଭତ୍ତା ବୃଦ୍ଧି କଲେ। ଯାହାକି ସ୍ୱାଗତଯୋଗ୍ୟ। କିନ୍ତୁ ଭତ୍ତା ବଣ୍ଟନରେ ପାତରଅନ୍ତର କି ରାଜନୈତିକ ଅଭିସନ୍ଧି ରଖାନଯାଉ। ଚଳିତ ମାସରୁ ମିଳିବ ବାର୍ଦ୍ଧକ୍ୟଙ୍କୁ ବର୍ଦ୍ଧିତ ଭତ୍ତା। ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ବୟସ୍କ ପାଇବେ ଭତ୍ତା।
Naxatra News is now on Whatsapp
Join and get latest news update delivered to you via whatsapp
Join Now