ସାବାସ୍ ବିଜୟ- ମହତପଣିଆକୁ ଶତ ସଲାମ୍

ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ଅସହାୟତା ଓ ଦୁଃଖ ଦେଖି କାନ୍ଦି ପକାଇଥିଲେ ବୋଲଗଡ଼ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ବିଜୟ ସେଠୀ। ନିଜ ପୁଅଠୁ ବଳି ଭାବି ଅନ୍ତେବାସୀ ବି ସଙ୍କୋଚ କରିନଥିଲେ ବିଡ଼ିଓ ବିଜୟଙ୍କୁ ନିଜର ଦୁର୍ଦ୍ଦଶା କହିବାକୁ। ଆଉ ଭାବବିହ୍ୱଳ ଅଫିସର ବିଜୟ ସେଠୀ କାହା ଆଖିରୁ ଲୁହ ପୋଛିଦେଉଥିଲେ ତ କାହାକୁ ଆଶ୍ୱାସନା ଦେଉଥିଲେ। ପୁଅ ବୋହୂଙ୍କ ନିର୍ଯାତନାରୁ ଆଜି ସେମାନେ ଘର ଛାଡ଼ି ବାଧ୍ୟ ହୋଇ ପରିଣତ ବୟସରେ ଏଠି ମୁଣ୍ଡ ଗୁଞ୍ଜିଥିବାର କହିବା ପରେ ବିଜୟ ସେମାନଙ୍କୁ କଥା ଦେଇଥିଲେ। ସେମାନେ କେମିତି ଘରକୁ ଫେରିବେ, ପରିବାର ସହ ଯୋଗାଯୋଗ କରି ତାହାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ ବିଜୟ। ଆଉ ଏ ହେଉଛି ତାହାର ପ୍ରତିଫଳନ। ଅନ୍ତେବାସୀଙ୍କ ପାଖରେ ତାଙ୍କର ପୁଅ ସାଜି ତାଙ୍କ ପାଖରେ ସମୟ କାଟିବାକୁ ବିଜୟ ଆସିଥିଲେ। କାଲି ବିଡ଼ିଓ କାନ୍ଦୁଥିଲେ। ଆଜି ଅନୁତପ୍ତ ପରିବାର କାନ୍ଦୁଛି। ଅନେକ ପରିବାର ପହଞ୍ଚିଥିଲେ ଆରିକମା ଆଶ୍ରମରେ। କେତେ ବଡ଼ ଭୁଲ୍ କରିଦେଲେ କହି ଭୋ ଭୋ କାନ୍ଦିଥିଲେ। ପାଦ ତଳେ ପଡ଼ି ବୃଦ୍ଧ ପିତାମାତାଙ୍କଠୁ କ୍ଷମା ମାଗୁଥିଲେ। ଆଉ ଏ ଦୃଶ୍ୟ ବେଶ୍  ହୃଦୟବିଦାରକ ଥିଲା ଯେମିତି। ଆଉ ବିଜୟଙ୍କ ଉପସ୍ଥିତିରେ ନିଜ ପିତାମାତାଙ୍କୁ ଘରକୁ ଫେରାଇ ନେଇଥିଲେ। ଆଶ୍ରମରେ ଲେଖାପଢ଼ା କରି ନିଜ ସନ୍ତାନଙ୍କ ସହ ଫେରିଥିଲେ ନିଜ ଘରକୁ। ସ୍ୱାଧୀନତା ଦିବସରେ ଆରିକମା ଆଶ୍ରମକୁ ଯାଇଥିଲେ ବିଜୟ। କିନ୍ତୁ ସ୍ୱାଧୀନତାର ସ୍ୱାଦକୁ ଯେମିତି ଏହି ବୃଦ୍ଧବୃଦ୍ଧାଙ୍କଠୁ ଆଉ କେଇ ନୁହେଁ। ନିଜ ଜନ୍ମିତ କଲା ସନ୍ତାନ ହିଁ ଛଡ଼ାଇନେଇଛି। ବାକିତକ ଜୀବନ ଅସହାୟ, ନିଃସଙ୍ଗ ଓ ବନ୍ଦୀ ଭାବେ କାଟିବାକୁ ଛାଡ଼ିଦେଇଥିବା ଜାଣିବା ପରେ କୋହ ସମ୍ଭାଳିପାରିନଥିଲେ ବିଡ଼ିଓ ବିଜୟ ବାବୁ। ଆଉ ଆଖିର ଲୁହ ପୋଛି ପଣ କରିଥିଲେ, ଯେମିତି ହେଲେ ଏମାନଙ୍କୁ ନିଜ ଘରକୁ ଫେରାଇବାର ବନ୍ଦୋବସ୍ତ କରିବେ। ଆଉ ଶେଷରେ ତାଙ୍କରି ମହତ୍ ଉଦ୍ୟମ କାଟୁ କରିଛି। ଆଶ୍ରମରୁ ନିଜ ପିଲାମାନଙ୍କ ସହ ଖୁସିରେ ଫେରିଯାଉଥିଲା ବେଳେ ଅନ୍ତେବାସୀ ବିଜୟଙ୍କୁ ଆଶୀର୍ବାଦ ଢାଳିପକାଇଥିଲେ। ଆରିକମା ଆଶ୍ରମରେ ୫୦ରୁ ଉର୍ଦ୍ଧ୍ୱ ଅନ୍ତେବାସୀ ରହୁଛନ୍ତି। ବିଜୟଙ୍କ ଅପିଲ ପରେ କିଛି ନିଜ ବାପା ମାଆଙ୍କୁ ଘରକୁ ଫେରାଇ ନେଲେ। ଆଉ ବାକି ଅନ୍ତେବାସୀଙ୍କୁ ଯେମିତି ନିଜ ଘରକୁ ସମ୍ମାନର ସହ ଫେରିବେ, ସେ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ବିଜୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *