Ganjamଅର୍ଥନୀତିଓଡ଼ିଶାବ୍ୟବସାୟ

BMP_omfed milk destroyed_PKG

 ନଷ୍ଟ ହୋଇଗଲା ପାଞ୍ଚ ହଜାର ଲିଟର କ୍ଷୀର

() ବ୍ରହ୍ମପୁର ଓମଫେଡ ଡିପୋର ଟ୍ୟାଙ୍କରରୁ ନାଳକୁ ବୋହିଗଲା ହଜାର ହଜାର ଲିଟର କ୍ଷୀର। କର୍ତ୍ତୃପକ୍ଷଙ୍କ ଅବେହଳା ହେଉ ଅବା ଦାୟିତ୍ବହୀନତା  ଯୋଗୁଁ କ୍ଷୀର ନଷ୍ଟ ହେଉଥିବା ଭିଡିଓ  ଭାଇରାଲ ପରେ ଏବେ ହରଡଘଣାରେ ଓମଫେଡ ପ୍ଲାଣ୍ଟ କର୍ତ୍ତୃପକ୍ଷ। ଗୋଟିଏ ପଟେ ନିଜର ଦୋଷ ଦୁର୍ବଳତା ଲୁଚାଇବା ଲାଗି ପ୍ଲାଣ୍ଟ ପକ୍ଷରୁ ସମସ୍ତ ଯୋଜନା ଚାଲିଥିବା ଅଭିଯୋଗ ହୋଇଛି। ସେପଟେ ସତ୍ୟତା ଅନୁସନ୍ଧାନ କରିବା ଲାଗି ଭୁବନେଶ୍ୱରର ଏକ ଟିମ ବ୍ରହ୍ମପୁରରେ ପହଞ୍ଚି ଛାନଭିନ କରିଛନ୍ତି।

କ୍ଷୀର ଷ୍ଟୋରେଜ ଟ୍ୟାଙ୍କରରୁ ବୋହି ଯାଉଛି କ୍ଷୀର। ଲିଟରେ କି ଦୁଇ ଲିଟର ନୁହେଁ, ଏକାଥରକେ ପ୍ରାୟ 5 ଲଜାର ଲିଟର କ୍ଷୀର ହୋଇଛି ନଷ୍ଟ। କ୍ଷୀର ଗୁଡିକ ବୋହି ଯାଇ ସିଧା ଡ୍ରେନକୁ ଯାଉଥିବା ର କିଛି ଭିଡିଓ ମଧ୍ୟ ସାମନାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଓମଫେଡ ଡିପୋ ପରିସରରେ। କ୍ଷୀର ବେପାରୀଙ୍କ ଠାରୁ ସଂଗୃହିତ କ୍ଷୀରକୁ କେତେ ଯତ୍ନର ସହ ରଖାଯାଉଛି ଏ ହେଉଛି ତାହାର ସିଧାସଳଖ ଚିତ୍ର…। ସେପଟେ 5 ହଜାର ଲିଟର ନଷ୍ଟ କ୍ଷୀରକୁ ଆଡଜଷ୍ଟ କରିବା ପାଇଁ କ୍ଷୀରରେ ପାଣି ମିଶ୍ରଣ କରି ମାର୍କେଟକୁ ପଠାଯାଉଥିବା ଅଭିଯୋଗ ଆସିଛି । କିଛି କର୍ମଚାରୀ ନିଜ ଦୋଶ ଲୁଚାଇବା କୁ ଯାଇ  ଏଭଳି ପନ୍ଥା ଆପଣାଇଥିବା ବେଳେ ଓମଫେଡ୍ ର ବିଶ୍ବସନୀୟତା ଲୋକଙ୍କ ଭିତରୁ ହଜିଯିବାକୁ  ବସିଛି । ବୟସ୍କ, ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁ ଓମ୍ ଫେଡ୍  କ୍ଷୀର ଉପରେ୍ ନିର୍ଭରକରୁଥିବା ବେଳେ ପ୍ଲାଣ୍ଟ କର୍ମଚାରିଙ୍କ ଏଭଳି ମନ ମାନି ଜନ ସାଧାରଣ ଙ୍କ ବିଶ୍ବାସ ସହ ଘାତକତା କରା ଯାଉଥିବା ନେଇମତ ପ୍ରକାଶ ପାଇଛି ।

ସେପଟେ ଏହି ଘଟଣାକୁ ଚପାଇଦେବା  ପାଇଁ ଜୋରସୋରରେ ଓମ୍ଫେଡ କର୍ତ୍ତୂପକ୍ଷ ଉଦ୍ୟମ କରୁଥିବା ବେ.ଳେ ଖବର ପ୍ରଘଟ ହେବା ପରେ ଓମଫେଡ୍ ମୁଖ୍ୟ କାର୍ଯ୍ୟାଳୟରୁ ଏକ ଟିମ୍ ବ୍ରହ୍ମପୁର ପ୍ଲାଣ୍ଟରେ ପହଞ୍ଚି ତନା ଘନା କରିଛନ୍ତି । ଭାଇରଲ ହେବା ଭିଡିଓ କେତେ ଡିନ ତଳର ଓ କେତେ ମାତ୍ରାରେ କ୍ଷିର ଏଭଳି ନଷ୍ଟ ହୋଇଛି ଏନେଇ ତଦନ୍ତ ଚାଲିଛି। ଅନ୍ୟପଟେ  କ୍ୟାମେରା ଆଗରେ କିଛି ସୂଚନା ଦେବାକୁ ମନା କରି ଦେଇଛନ୍ତି କର୍ତ୍ତୁପକ୍ଷ

ତଦନ୍ତ ଚାଳିଥିବାବେଳେ କଣ ଏହାର ନିଷ୍କର୍ସ ରହୁଛି ଦେଖିବାକୁ ଅପେକ୍ଷା ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button