Kendujharଓଡ଼ିଶାଦୁର୍ଘଟଣା

ବୈତରଣୀରେ ବୁଡି ଯୁବକ ମୃତ

କେଉଁଝର: ସାଙ୍ଗହୋଇ ଗାଧୋଇବାକୁ ଯାଇଥିବା ଯୁବକଙ୍କ ମୃତ୍ୟୁ । ପାଞ୍ଚଜଣ ସାଙ୍ଗଙ୍କ ମଧ୍ୟରୁ 2 ଜଣ ବୁଡିଯାଇଥିଲେ । ଜଣକୁ ଉଦ୍ଧାର କରିବା ବେଳେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଛି । ତେବେ ମୃତକ ହେଉଛନ୍ତି ଆନନ୍ଦପୁରର ଆଶିଷ ପୃଷ୍ଟି ।

ମିଳିଥିବା ସୂଚନା ଅନୁଯାୟୀ ପାଞ୍ଚ ଯୁବକ ସାଥିହୋଇ ବୈତରଣୀ ନଦୀକୁ ଯାଇଥିଲେ କୌଣସି କାରଣ ବସତଃ ସେମାନଙ୍କ ମଧ୍ୟରୁ ଦୁଇଜଣ ନଦୀରେ ବୁଡିଯାଇଥିଲେ । ଏହାଦେଖି ଆରପାରି କୂଳରେ ଗାଧୋଉଥିବା କିଛି ଯୁବକ ସେମାନଙ୍କୁ ବଞ୍ଚାଇବାକୁ ଆସିଥିଲେ । ଏବଂ ଦୁଇ ଜଣକ ମଧ୍ୟରୁ ଜଣକୁ ବଞ୍ଚାଇବାରେ ସଫଳ ହୋଇଥିଲେ ।

ଭାଗ୍ୟକୁ ଆନନ୍ଦପୁରର ଆଶିଷ ପୃଷ୍ଟିକୁ ସେମାନେ ଉଦ୍ଧାର କରିବାରେ ଅସଫଳ ହୋଇଥିଲେ । ପରେ ଅଗ୍ନିଶମ ବିଭାଗ ଖବର ପାଇ ଆଶିଷ କୁ ନଦୀରୁ ଉଦ୍ଧାର କରିଥିଲେ ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published.

Back to top button