ବରଗଡ ଜେଲରେ ଜଣେ କଏଦୀଙ୍କ ମୃତ୍ୟ

Spread the love

ଭୁବନେଶ୍ୱର : ବରଗଡ ଜେଲରେ ଜଣେ କଏଦୀଙ୍କ ମୃତ୍ୟ ଘଟିଥିବା ଜଣା ପଡିଛି । ମୃତ୍ୟ କାରଣ ଅସ୍ୱଷ୍ଟ ରହିଛି । ମୃତ କଏଦୀ ଜଣକ ହେଲେ ଶିବ ବାଗ । ଗତକାଲି ରାତ୍ରିରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତ୍ୟ କାରଣ ଜଣାପଡିପାରେ ବୋଲି କୁହା ଯାଉଛି

ମିଳିଥିବା ସୂଚନା ଅନୁସାରେ ମେ ୨୩ ତାରିଖ ଭଟଲି ଥାନା ଅନ୍ତଗତ ଝିକଝିକ ଗ୍ରାମର ଗୋଟିଏ ପରିବାର ୪ ଜଣ ଙ୍କୁ ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତ ଶିବ ବାଗ ବରଗଡ ଜେଲରେ ଥିଲେ । ଜମିବାଡି ବିବାଦ ନେଇ ଶିବ ନିଜ ବଡଭାଇର ସପରିବାରକୁ ହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *