ଭବାନୀପାଟନା: ହାତୀ ଆକ୍ରମଣରେ ଯୁବକ ଗୁରୁତର । ଏଭଳି ଅଘଟଣା ଘଟିଛି ବିଶ୍ୱନାଥପୁର ରେଞ୍ଜ ଅଧିନରେ ଥିବା କୁମଖାଲ ପଞ୍ଚାୟତର ପିଡେଲବାଜୁ ଗାଁରେ । ବିଳମ୍ବିତ ରାତିରେ ୨୦ରୁ ଊର୍ଦ୍ଧ୍ୱ ଜଙ୍ଗଲି ହାତୀ ଗାଁକୁ ପଶି ଆସିଥିବାବେଳେ ହାତୀ ଭୟରେ ଗାଁର ସବୁ ଲୋକ ଘରୁ ବାହାରକୁ ବାହାରି ଆସିଥିଲେ ।
ହେଲେ ଗାଁର ମୋହନ ନାଗ ତାଙ୍କ ପରିବାର ସହ ବାହାରକୁ ଆସିପାରି ନଥିଲା । ଫଳରେ ହାତୀ ଘରର ଅସବାପତ୍ର ଭଙ୍ଗା ରୁଜା କରିବା ସହ ମୋହନ ନାଗଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ ବିଶ୍ୱନାଥପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
କିନ୍ତୁ ତାଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ବନବିଭାଗ ତଦନ୍ତ ଜାରି ରଖିବା ସହ କ୍ଷୟକ୍ଷତିର ମଧ୍ୟ ଆକଳନ କରିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now