ଅନଲାଇନ୍ ଗେମ୍ ଖେଳି ଫ୍ରଡର ଶୀକାର ହେଲେ ଯୁବକ

ଯାଜପୁର ସଦର ବ୍ଲକ୍ ବିଦ୍ୟାଧରପୁର ଗ୍ରାମର ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ଫ୍ରଡର ଶୀକାର ହୋଇଛନ୍ତି। ଦମନ ନାମକ ସଂସ୍ଥାରେ ଅନଲାଇନ ଖେଳ  ୯୧ ଲକ୍ଷ ଟଙ୍କାର ଠକାମୀର ଶୀକାର ହୋଇଛନ୍ତି ଯୁବକ। ଯୁବକଙ୍କ ନାମ ଧୀରେନ୍ଦ୍ର କୁମାର ନାୟକ ବୋଲି ଜଣାପଡିଛି। ଧୀରେନ୍ଦ୍ର ପ୍ରଥମେ ୫୦୦ ଟଙ୍କାରୁ ଖେଳ ଆରମ୍ଭ କରିଥିଲେ।  ଲାଭ ମଧ୍ୟ କରିଥିଲେ। ଧିରେ ଧିରେ ଅଧିକରୁ ଅଧିକ ଅର୍ଥ ବିନିଯୋଗ କରି ଚାଲିଲେ। ଏପରିକି ନିଜ ପୈତୃକ ଜମିରୁ 9ଗୁଣ୍ଠ ଜମି, ୪୦୦ଗ୍ରାମ ଓଜନର ସୁନା, ବ୍ୟକ୍ତିଗତ ଜମାରୁ ୧୦ ଲକ୍ଷ ଟଙ୍କା ଓ ହାତ ଉଧାରୀ ୧୦ ଲକ୍ଷ ଟଙ୍କା ମିଶାଇ ମୋଟ ୯୧ ଲକ୍ଷ ଟଙ୍କା ହରାଇଛନ୍ତି ଧୀରେନ୍ଦ୍ର। ଏବେ ସେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ପରିବାରରେ ମଧ୍ୟ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଧୀରେନ୍ଦ୍ର ଏହାକୁ ନେଇ କ୍ରାଇମ୍ ବ୍ରାଞ୍ଚ ଡ଼ିଜି, ସାଇବର୍ କ୍ରାଇମ ଥାନା ଓ ଟାଉନ୍ ଥାନା ଆଦିରେ ଅଭିଯୋଗ କରିଛନ୍ତି। ଟଙ୍କା ଫେରସ୍ତ ପାଇଁ ନିବେଦନ କରିବା ସହ ସମୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *