ପ୍ରଥମ ଥର ନବୀନ ନିବାସରେ ଶୁଭିଲା ପାଣ୍ଡିଆନ୍ ବିରୋଧୀ ସ୍ୱର। ଆଉ ପାଣ୍ଡିଆନଙ୍କୁ ସମର୍ଥନ କରିବାକୁ କିଛି ରାଜ୍ୟସଭା ସାଂସଦ ବାହାରିବା ପରେ ଏହାକୁ ନେଇ ତାତ୍ସଲ୍ୟ କରିଛନ୍ତି ବରିଷ୍ଠ ବିଜେଡି ନେତା ପଦ୍ମନାଭ ବେହେରା। ଖୁବ୍ ଶୀଘ୍ର ଏ ଦ୍ୱନ୍ଦ୍ୱରେ ଯବନିକା ପଡ଼ିବା ଦରକାର। ଅଧିକ ସମୟ ନେଲେ ଦଳର ଅଧିକ କ୍ଷତି ହେବ। ଯାହା ସବୁ ହେଉଛି, ଏହା ଦଳର କ୍ଷତି କରିବ। ପାଣ୍ଡିଆନ୍ ତ ଦଳରେ ନାହାନ୍ତି। ନିର୍ବାଚନ ପରେ ରାଜନୀତିରୁ ସନ୍ୟାସୀ ନେଇସାରିଲେଣି। ତାଙ୍କ ସପକ୍ଷରେ ଯେଉଁମାନେ ବାହାରିକି ମତ ଦେଉଛନ୍ତି, ଏହା ଦ୍ୱାରା ଦଳର କ୍ଷତି ହେଉଛି ବୋଲି କହିଛନ୍ତି ପଦ୍ମନାଭ। ନବୀନ ନିବାସରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ନବୀନ ବି ନିର୍ଭର ପ୍ରତିଶୃତି ଦେଇଥିଲେ ଯେ, ରାଜ୍ୟସଭାରେ ଯାହା ବି ହୋଇଛି, ସେ ସ୍ଥିତିର ଅନୁଧ୍ୟାନ କରିବେ। କିନ୍ତୁ ଏପଟେ ସୁଲତା ଦେଓଙ୍କଠୁ ନେଇ ମାନସ ମଙ୍ଗରାଜଙ୍କ ପର୍ଯ୍ୟନ୍ତ। ପାଣ୍ଡିଆନ୍ ସମର୍ଥକ ସାଜି ସବୁ ନିଷ୍ପତ୍ତି ନବୀନ ନିଅନ୍ତି ବୋଲି କହିବାରୁ ବରିଷ୍ଠଙ୍କ ଭିତରେ ଏହାକୁ ନେଇ କୁହୁଳୁଛି ଅସନ୍ତୋଷ। ଯଦି ଓ୍ୱାକଫ ବିଲ୍ ସଂଶୋଧନ ସମର୍ଥନରେ ନବୀନ ଭୋଟ୍ ଦେବାକୁ କହିଛନ୍ତି, ତାହେଲେ ନବୀନ ନିବାସରେ ଅନୁଧ୍ୟାନ କରିବି ବୋଲି କାହିଁକି କହିଥିଲେ। ଏ ତମାମ ପ୍ରଶ୍ନ ବି ରାଜନୀତିକ ମହଲରୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଭିତରେ ଆନ୍ଦୋଳିତ କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now