ଭୁବନେଶ୍ୱରରେ ପାକିସ୍ତାନୀ ମହିଳା। ପାକିସ୍ତାନୀ ମହିଳାଙ୍କ ନାଁ ନଗମା ୟୁସୁଫ। ସେ ଭାରତୀୟ ନାଗରିକ ପାଇଁ ଆବେଦନ କରିନାହାନ୍ତି। ତାଙ୍କର ଯାଞ୍ଚ ଲାଗି ଶୁକ୍ରବାର ମହିଳା ଥାନାକୁ ଡକାଯାଇଥିଲା।। ତାଙ୍କ ସ୍ୱାମୀ ମହମ୍ମଦ ନିଜାମୁଦ୍ଦିନ। ବ୍ୟବସାୟୀ ଅଟନ୍ତି। ୨୦୦୮ରେ ନଗମାଙ୍କ ସହ ପ୍ରେମ ବିବାହ କରିଥିଲେ। ଏହି ଦମ୍ପତ୍ତିଙ୍କର କୌଣସି ସନ୍ତାନ ନାହାନ୍ତି। ୨୦୨୪ରୁ ଭିସା ସରିଲାଣି। ସ୍ୱାମୀ ନିଜାମୁଦ୍ଦିନ କହିଛନ୍ତି, ସରକାରଙ୍କର ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଏମର୍ଜେନ୍ସି ସ୍ଥିତି। ସମସ୍ତଙ୍କୁ ବୁଝିବା ଦରକାର। ସରକାର ଯାହା ଉଚିତ୍ ମନେ କରିଛନ୍ତି, କୌଣସି ଆପତ୍ତି ନାହିଁ। ସରକାରଙ୍କୁ ସେ ସହଯୋଗ କରୁଛନ୍ତି। ୨୭ରେ ନଗମା ଭାରତ ଛାଡିବେ ବୋଲି କହିଛନ୍ତି ତାଙ୍କ ସ୍ୱାମୀ ନିଜାମୁଦ୍ଦିନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now