ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ ଆୟୋଗ। ସଅଳ ମୌସୁମୀ ଆସୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କମିଶନର। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର ଦାସ ଏ ସୂଚନା ଦେଇଛନ୍ତି। ଜୁନ୍ ୨୩ରେ ଉପନିର୍ବାଚନ ନେଇ ଗତକାଲି ତାରିଖ ଘୋଷଣା ହୋଇଥିଲା। ଜୁନ୍ ୨୪ରେ ଫଳ ବାହାରିଥାଆନ୍ତା। ୧୧୩୧ଟି ଖାଲି ପଦ ପାଇଁ ହୋଇଥାଆନ୍ତା ଉପନିର୍ବାଚନ। ଓ୍ୱାର୍ଡମେମ୍ୱର, ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ପଦବୀ ଖାଲି ପଡ଼ିଥିଲା। ପରବର୍ତ୍ତୀ ସମୟରେ ଆଉ ଏକ ନୂଆ ତାରିଖ ଘୋଷଣା ହେବ ବୋଲି କୁହାଯାଉଛି। ମେ ୨୨ରେ ନୋଟିଫିକେସନ ହେବ ବୋଲି କୁହାଯାଇଥିଲା। ମେ ୨୨ରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ ୨୫ରେ ଶେଷ ହେବାର ଥିଲା। ୨୬ରୁ ୩୧ ନାମାଙ୍କନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ୪୦ ସମିତିସଭ୍ୟ, ୪୩ ସରପଞ୍ଚ, ୧୦୪୩ ଓ୍ୱାର୍ଡମେମ୍ୱର ଓ ୫ଟି ଜିଲ୍ଲା ପରିଷଦ ସଭ୍ୟ ପଦ ଲାଗି ହୋଇଥାଆନ୍ତା ନିର୍ବାଚନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now