ରଥଯାତ୍ରା : ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା

Spread the love

ପୁରୀ, ୨୦ ଜୁନ୍ – ସୁରୁଖୁରୁରେ ରଥଯାତ୍ରାକୁ ଶେଷ କରିବାକୁ ସମସ୍ତ ବ୍ୟବସ୍ଥା କରିଛି ପ୍ରଶାସନ । ରଥ ଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମୋଟ୍ ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣକୁ ୩ ଭାଗରେ ବିଭକ୍ତ କରାଯାଇଛି । ୧୯ ତାରିଖ ମଧ୍ୟ ରାତ୍ରରୁ ଏହି ସ୍ଵତନ୍ତ୍ର ଟ୍ରାଫିକ୍ ମୋବିଲିଟି ପ୍ଲାନ୍ ଲାଗୁ ହୋଇଛି । ସହରକୁ ୧୪ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି । କୁମ୍ଭାରପଡ଼ା ଥାନାରେ ହୋଇଛି ଟ୍ରାଫିକ୍ କଂଟ୍ରୋଲ ରୁମ୍ ।

ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୨୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଇଂଟର ଷ୍ଟେଟ ଟୁରିଷ୍ଟ ବସ୍ ଗୁଡିକ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ଵର ଏବଂ କୋଣାର୍କ ଆଡୁ ଆସୁଥିବା ଗାଡି ନିମନ୍ତେ ତାଳବଣିଆରେ ପାର୍କିଂ ବ୍ୟବସ୍ଥା ରହିଛି । ସେହିପରି ଚାରିଚକିଆ ଗାଡ଼ି ଗୁଡିକ ତାଳବଣିଆର ବିଭିନ୍ନ ପାର୍କିଂରେ ରହିବାର ବ୍ୟବସ୍ଥା ହୋଇଛି । ବ୍ରହ୍ମଗିରି ପଟୁ ଆସୁଥିବା ଗାଡ଼ି ଗୁଡିକ ଲୋକନାଥ ମନ୍ଦିର ପାଖରେ ପାର୍କିଂ କରୁଛନ୍ତି । ସେହିପରି ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ମାଗଣା ଇ-ଯାନ ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସ ପାଇଁ ମଧ୍ୟ ଇ- କରିଡ଼ର ବ୍ୟବସ୍ଥା କରାଯାଇଛି । ୨୪ ଘଂଟିଆ ହେଲ୍ପ ଲାଇନ୍ ନମ୍ବର ଜାରୀ ହୋଇଛି । ଜରୁରୀ ସେବା ପାଇଁ ସ୍ଵାସ୍ଥ୍ୟକେନ୍ଦ୍ର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *