ଓଡ଼ିଶାରାଜନୀତି

ସେକେଣ୍ଡ ଇନିଂସ…

ସସ୍ମିତଙ୍କୁ ସଂସଦରେ ସେକେଣ୍ଡ ଇନିଂସ ପାଇଁ ସୁପ୍ରିମୋଙ୍କ ସବୁଜ ସଙ୍କେତ ମିଳିବା ପରେ ସବୁଠି ଏହି ଯୁବ ଚେହେରାକୁ ନେଇ ଚର୍ଚ୍ଚା। ପ୍ୟାରୀ, ବୈଜୟନ୍ତଙ୍କ ପରେ ସସ୍ମିତ ହେଉଛନ୍ତି ତୃତୀୟ ବ୍ୟକ୍ତି। ଯାହାକୁ ବିଜେଡି ଦ୍ୱିତୀୟ ଥର ଲାଗି ରାଜ୍ୟସଭାକୁ ପଠାଉଛି।

ସସ୍ମିତ ଆଗ ସୀମିତ ସମୟ ପାଇଁ ଯାଇଥିଲେ ସଂସଦକୁ। ହେଲେ ସଂସଦ ବି ତାଙ୍କ କାମରେ ଶତମୁଖ ହୋଇପଡ଼ିଲା। ସଂସଦରେ ଦଳ ଓ ଓଡ଼ିଶାର ସ୍ୱାର୍ଥକୁ ଏମିତି ଶାଣିତ କରିଥିଲେ କି, ତାଙ୍କୁ ପୁଣି ଥରେ ସଂସଦକୁ ଏଥର ଫୁଲ୍‌ ଟର୍ମ ଅର୍ଥାତ୍ ୬ ବର୍ଷ ଯାଏ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ। ସସ୍ମିତ ଦକ୍ଷତା ଦେଖାଇ ସୁପ୍ରିମୋଙ୍କ ମନ ଜିତି ପୁଣି ଥରେ ବିଜେଡିରୁ ରାଜ୍ୟସଭାକୁ ଯିବାରେ ହେଉଛନ୍ତି ତୃତୀୟ ବ୍ୟକ୍ତି। ତାଙ୍କ ଆଗରୁ ଦୁଇ ଦୁଇ ଥର ରାଜ୍ୟସଭାକୁ ଯାଇଥିଲେ ପ୍ୟାରୀମୋହନ ମହାପାତ୍ର ଓ ବୈଜୟନ୍ତ ପଣ୍ଡା। ସେପ୍ଟେମ୍ୱରରେ ଓଡ଼ିଶା ପାଇଁ ସସ୍ମିତ ଆଣିଥିଲେ ବିରଳ ସମ୍ମାନ ଓ ସୁଯୋଗ।

Leave a Reply

Your email address will not be published.

Back to top button