ମଙ୍ଗଳ ବିଭାଗରେ ପଦୋନ୍ନତି ଓ ବଦଳିରେ ପାତରଅନ୍ତର

କୋରାପୁଟ: କୋରାପୁଟ ଜିଲ୍ଲା ମଙ୍ଗଳ ବିଭାଗରେ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ପାତର ଅନ୍ତର ଅଭିଯୋଗ । ଅଧିକାରୀଙ୍କ ବୋଲ ମାନୁ ନ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦୂରଦୂରାନ୍ତ ବିଦ୍ୟାଳୟକୁ ବଦଳି କରାଯାଇଥିବା ବେଳେ କର୍ତ୍ତୃପକ୍ଷଙ୍କ ଖାସ୍ କର୍ମଚାରୀଙ୍କୁ ରିଲିଭ କରାଯାଉନି। ଫଳରେ କେଉଁଠି ଶିକ୍ଷକ  ଛାତ୍ରଛାତ୍ରୀ ଅନୁପାତ ହାରକୁ ଘୋର ଉଲ୍ଲଂଘନ ତ କେଉଁଠି ଜଣେ ଜଣେ ଶିକ୍ଷକଙ୍କ ହାତରେ ଚାଲିଛି ପୁରା ଆବାସିକ ବିଦ୍ୟାଳୟ।

କୋରାପୁଟ ଜିଲ୍ଲା ମଙ୍ଗଳ ବିଭାଗରେ ପଦୋନ୍ନତି ଓ ବଦଳିକୁ ନେଇ ପାତରଅନ୍ତର ଅଭିଯୋଗ। ସିଟି, ଏମସିଟି, ଟିଜିଟି ସିବିଜେଡ୍, ଟିଜିଟି ପିସିଏସ, ମୁଖ୍ୟ ସେବକ ଓ ସେବିକା ପଦବୀରେ ପ୍ରାୟ ୪୨ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିଭିନ୍ନ ଆବାସିକ ବିଦ୍ୟାଳୟକୁ ବଦଳି ହୋଇଛି। କିନ୍ତୁ ଏହା ପଛରେ କୁଆଡ଼େ ଜଣେ ଅଧିକାରୀ ପାତରଅନ୍ତର ନୀତି ଆପଣାଇଥିବା ଅଭିଯୋଗ ବାଢ଼ିଛନ୍ତି। କୌଣସି ବିଦ୍ୟାଳୟରେ ଗୋଟିଏ ଶିକ୍ଷକ ରହିବେ ନାହିଁ ବୋଲି ନିୟମ ରହିଛି । ଏ ହେଉଛି ସେମିଳିଗୁଡା ବ୍ଲକ ଆନ୍ଧ୍ର ସୀମାନ୍ତ ସାଡାମ ଆବାସିକ ବିଦ୍ୟାଳୟ,ଏଠାରେ 40 ଆଦିବାସୀ ଛାତ୍ରଛାତ୍ରୀ। ଜଣେ ଶିକ୍ଷକ । ଶିକ୍ଷକ କୌଣସି ଏକ ମିଟିଂରେ ଯୋଗ ଦେବାକୁ ଯାଇଛନ୍ତି। ମହିଳା ରୋଷେୟା କ୍ଳାସ୍‌ ରୁମ ସମ୍ଭାଳୁଛନ୍ତି । ପିଲା ପାଟି କଲେ ଚୁପ କରାଉଛନ୍ତି। ଆଉ ଏ ହେଉଛି ନନ୍ଦପୁର ବ୍ଲକର ତାଇନ୍ତର ଆବାସିକ ବିଦ୍ୟାଳୟ । ଯେଉଁଥିରେ 150ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଢ଼ କିମି ଦୂରରୁ ରହିଥିବା ହଷ୍ଟେଲରୁ ଛାତ୍ରୀମାନେ ପାଠ ପଢିବାକୁ ଆସନ୍ତି । ଏଠି ୩ ଜଣ ଷ୍ଟାଫ ଥିଲେ, କିନ୍ତୁ ସମସ୍ତଙ୍କୁ ସୁହାଇବା ଭଳି ବିଦ୍ୟାଳୟରେ ବଦଳି ଓ ଥଇଥାନ କରିଥିବାବେଳେ ଜଣେ କନିଷ୍ଠ ଠିକା ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱ ଦେଇ ଅଧିକାରୀ ହାତ ଟେକି ଦେଇଛନ୍ତି । ଶୁଣନ୍ତୁ ଜନୈକ ଶିକ୍ଷୟିତ୍ରୀ ନିଜର ଅସମର୍ଥ ସ୍ୱୀକାର କରିଛନ୍ତି ।

ତେବେ ଏଭଳି ଅଵ୍ୟଵସ୍ଥାକୁ ନେଇ ଅଭିଭାବକ ଅସନ୍ତୋଷ ପ୍ରକାଶ କରିବା ସହିତ ପାଠପଢ଼ା ସୁଚାରୂପେ ଚାଲୁ ନଥିବାରୁ ଅନ୍ୟତ୍ର ନେଇଯାଉଥିବା ମଧ୍ୟ ଦେଖିବାକୁ ମିଳୁନଥିବା ବେଳେ ଶିକ୍ଷକ ନିୟମିତ ନ ଆସିବାରୁ ପିଲାମାନେ ଜମିବାଡିରେ ଖେଳିବାକୁ ଦେଖିବାକୁ ମିଳିଛି । ଖାଲି ଏତିକି ନୁହଁ,ଦଶମନ୍ତପୁର ଆବାସିକ ହାଇସ୍କୁଲର ରଂଜନ ଧଳଙ୍କୁ ରାୟଗଡା ଜିଲାକୁ ପ୍ରମୋସନରେ ସରକାରଙ୍କ ଅନୁସୂଚିତ ଜାତି ଜନଜାତି ବିଭାଗ ବଦଳି କରିଥିଲେ ସୁଧା ତାଙ୍କୁ ବଦଳି ନ କରି କିରାଣୀ କାମରେ ନିଜ ଅଫିସରେ ଥଇଥାନ କରିଛନ୍ତି! ବଦଳିକୁ ନେଇ ଶିକ୍ଷାନୁଷ୍ଠାନରେ ଏଭଳି ଅବ୍ୟବସ୍ଥା ଜାଣିବା ପରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ବିଶ୍ୱରଂଜନ ସାମଲ ଗତ ଜୁଲାଇ 7 ତାରିଖରେ ଏକ ଚିଠିରେ ଜିଲାପାଳଙ୍କୁ ତାଗିତ କରିବା ସହିତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ତୁରନ୍ତ ରିଲିଫ କରିବାକୁ କରିବାକୁ ନିର୍ଧେସ ଦେଇଛନ୍ତି । ତେବେ ସଚିବଙ୍କ ଚିଠି ପାଇବାର ଏକ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠୁଛି।

ତେବେ ଏ ନେଇ ଜିଲା ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ଏଭଳି ଅଵ୍ୟଵସ୍ଥାକୁ ସ୍ୱୀକାର କରିବା ସହିତ ତାଙ୍କ ବଦଳି ନିର୍ଦେଶକୁ କିଛି ଶିକ୍ଷକ ଶିକ୍ଷୟିତ୍ରୀ ମାନୁନାହାନ୍ତି। ସେପଟେ ଆସନ୍ତା 28 ତାରିଖରେ ନୂତନ ନିଯୁକ୍ତି ପରେ ରଂଜନ ଧଳଙ୍କୁ ଅଫିସରୁ ରିଲିଭ କରାଯିବ ବୋଲି କହିଛନ୍ତି । ବଦଳି ଓ ପଦୋନ୍ନତିରେ ପାତରଅନ୍ତରକୁ ନେଇ ଜିଲ୍ଲା ମଙ୍ଗଳ ବିଭାଗର ପ୍ରୀୟାପୀତିକୁ ନେଇ ସବୁଠି ଆଲୋଚନା।

ଭୂଷିତ ବିଡିକାଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *