ଓଡ଼ିଶା

ତଳିଆ ଅଞ୍ଚଳରେ ପାଣି: ଲୋକେ ଘର ଛାଡିବାକୁ ନାରାଜ

କଟକ: ତଳିଆ ଅଞ୍ଚଳ ଛାଡି ପକ୍କା ଘରକୁ ଯିବାକୁ ମେୟର ସୁବାସ ସିଂଙ୍କନିବେଦନ। ସିଏମସି ସ୍ଥାନାନ୍ତର ପାଇଁ ଦେଉଛି ଏସି ଘର। ହେଲେ ତଳିଆ ଅଞ୍ଚଳ ବାସୀନ୍ଧା ଙ୍କର ମୋହ ଛାଡୁନି ନିଜ ଘରଉପରୁ। ଜରି ପକେଇ ରହିବୁ ପଛେ କିନ୍ତୁ ବସ୍ତି ଛାଡିକି ଯିବୁନି ବୋଲି ଉତ୍ତର ଦେଉଛନ୍ତି ବସ୍ତି ବାସିନ୍ଦା।

ରାଜ୍ୟର ବହୁ ସ୍ଥାନରେ ଦେଖିବାକୁ ମିଳୁଛି ବନ୍ୟା ସ୍ଥିତି। ମହାନଦୀରେ ବନ୍ୟାଜଳ ଆସିବାରୁ କଟକ ସହରର ତଳିଆ ଅଞ୍ଚଳରେ ପାଣି ପସିବା ଆରମ୍ଭ କରିଛି। ଆଗକୁ ସ୍ଥିତି ଗମ୍ଭୀର ହେବାର ସମ୍ଭାବନା ଥିବାରୁ କଟକର  ତଳିଆ ଅଞ୍ଚଳରେ ରହୁଥିବା  ଲୋକେ କଚ୍ଚା ଘର ଛାଡି ପକ୍କା ଘରକୁ ଚାଲିଯିବାକୁ ମେୟର ସୁବାସ ସିଂ ନିବେଦନ କରିଛନ୍ତି। ସିଏମସି ଥଇଥାନ  ପାଇଁ ଦେଉଛି ଏସି ଘର। ହେଲେ ତଳିଆ ଅଞ୍ଚଳ ବାସିନ୍ଦା ଘର ଛାଡିବାକୁ ନାରାଜ। ଲୋକେ କହୁଛନ୍ତି, ଜରି ପକେଇ ରହିବୁ ପଛେ କିନ୍ତୁ ବସ୍ତି ଛାଡିକି ଯିବୁନି।  ଏପରି ସ୍ଥଳେ ଖାଦ୍ୟ ପାନୀୟ ଯୋଗାଣ ନିୟମିତ ଢ଼ଙ୍ଗରେ ଚାଲିଛି।

ମୁଖ୍ୟତଃ କାଠଯୋଡ଼ି ବିହାର ବସ୍ତୀ, ଗତି ରାଉତ ପାଟଣା,ବାଲିସାହି, ଭଦିମୂଳ ଇତ୍ୟାଦି ସ୍ଥାନର ଅନେକ ଘର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛି। ହେଲେ ସେଠାରୁ ଅନ୍ୟତ୍ର ଯିବାକୁ  ଅରାଜି ତଳିଆ ବାସିନ୍ଦା। ଏହାକୁ ନେଇ ପ୍ରଶାସନକୁ ଶକ୍ତ ପଦକ୍ଷେପ ନେବାକୁ ହେଉଛି। ପୋଲିସ ଲଗାଇ ବସ୍ତୀ ଖାଲି କରିବାକୁ ପଡୁଛି ମହାନଗର ନିଗମକୁ।

ବାତ୍ୟା ଆଶ୍ରୟସ୍ଥଳକୁ ଆସିଲେ ସମସ୍ତ ବ୍ୟବସ୍ଥା ସଠିକ ଢ଼ଙ୍ଗରେ କରାଯାଇପାରିବ ବୋଲି କହିଛନ୍ତି ମେୟର। ତେବେ ଘର ଘର ବୁଲି ସମସ୍ତଙ୍କୁ ସଚେତନ କରାଯାଉଛି ଓ ଶୀଘ୍ର ଆଶ୍ରୟ ସ୍ଥଳକୁ ଉଠି ଆସିବା ପାଇଁ ନିଵେଦନ କରିଛନ୍ତି କଟକ ମେୟର।

Leave a Reply

Your email address will not be published.

Back to top button