ବିଜେଡି ମୁକ୍ତ ଓଡିଶା ପାଇଁ ସଂକଳ୍ପ ନେଇଛନ୍ତି ଓଡିଶାବାସୀ : ମନମୋହନ ସାମଲ, ଖୋର୍ଦ୍ଧା ଟାଙ୍ଗୀରେ ବିଜେପିର ପଦଯାତ୍ରା ଓ ଜନସଭା

Spread the love

ଖୋର୍ଦ୍ଧା/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଅନେକ ବିକାଶ ମୂଳକ ଯୋଜନାକୁ ସଫଳତାର ସହ କାର୍ଯ୍ୟାନ୍ୱୟନ କରିଛନ୍ତି । ଗରୀବକଲ୍ୟାଣ ହେଉଛି ମୋଦି ସରକାରଙ୍କ ପ୍ରାଥମିକତା । ବାସଗୃହ, ପାନୀୟ ଜଳ, ବିଜୁଳି ଭଳି ମୈାଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ । ଏଥି ସହ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି ମୋଦି ସରକାର । ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ହାତ ଖୋଲି ଟଙ୍କା ଦେଉଛନ୍ତି, କିନ୍ତୁ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହିଥିବା ବିଜେଡି ସରକାର କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଛି । ଦୀର୍ଘ ୨୩ ବର୍ଷ ଧରି ବିଜେଡି ସରକାରରେ କେବଳ ଦଳୀୟ କର୍ମୀ ଓ ଠିକାଦାରଙ୍କୁ ପୋଷି ଅଜସ୍ର ଟଙ୍କା ହଡପ୍ କରାଯାଇଛି । ସରଳ ଓ ନିରୀହ ଓଡିଶାବାସୀ ରାଜ୍ୟ ସରକାରଙ୍କ ଠକାମିର ଶିକାର ହୋଇ ହନ୍ତସନ୍ତ ହେଉଛନ୍ତି । ଦୁର୍ନୀତିଗସ୍ତ ବିଜେଡି ସରକାରକୁ ଓଡିଶାବାସୀ ଆଦୌ ବରଦାସ୍ତ କରିବେ ନାହିଁ । ବିଜେଡିକୁ ଶାସନ କ୍ଷମତାରେ ଆଣିଥିବା ଓଡିଶାବାସୀ ଏବେ “ବିଜେଡି ମୁକ୍ତ ଓଡିଶା” ପାଇଁ ସଂକଳ୍ପ ନେଇଛନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

କେନ୍ଦ୍ରରେ ମୋଦି ସରକାରର ୯ବର୍ଷ ପୂର୍ତି ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀଠାରେ ଏକ ବିଶାଳ ଜନସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ଜିଲ୍ଲା ସଭାପତି ରଶ୍ମୀରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, ସୁବାଷ ଜେନା, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ରଞ୍ଜନ ମଙ୍ଗରାଜ ପ୍ରମୁଖ ଓ କାର୍ଯ୍ୟକର୍ତାଙ୍କ ଗହଣରେ ପଦଯାତ୍ରାରେ ଯାଇ ସଭାସ୍ଥଳରେ ପହଞ୍ଚିବା ପରେ ସ୍ଥାନୀୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ବିପୁଳ ସ୍ୱାଗତ ଜଣାଇଥିଲେ । ଟାଙ୍ଗୀ ଗସ୍ତ ସମୟରେ ରାଜ୍ୟ ସଭାପତି ସାମଲଙ୍କୁ ଗଙ୍ଗପଡା, ଗଡ ଖୋର୍ଦ୍ଧା ଓ ଚାନ୍ଦପୁରଠାରେ ମଧ୍ୟ କାର୍ଯ୍ୟକର୍ତାମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗଡଖୋର୍ଦ୍ଧାସ୍ଥିତ ପଞ୍ଚପାଇକ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ରାଜ୍ୟ ସଭାପତି ସାମଲ ।

ଅପାର ସମ୍ଭାବନାର ରାଜ୍ୟ ହେଉଛି ଓଡିଶା । ଓଡ଼ିଶାରେ ପର୍ଯ୍ୟାପ୍ତ ଖଣିଜ ଓ ଜଳ ସମ୍ପଦ ରହିଛି । ଓଡ଼ିଶାରେ ସବୁ କିଛି ଥିବା ସତ୍ୱେ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଛି । “ଓଡିଶା ଧନୀ ଓ ଓଡ଼ିଶାର ଲୋକ ଗରୀବ” କହି ଆମ ମନକୁ ବୁଝାଯାଉଛି । ପର୍ଯ୍ୟଟନର ବିକାଶ ହେଲେ ଓଡ଼ିଶା ୧ନଂ ରାଜ୍ୟ ହେବ । କୃଷିପ୍ରଧାନ ଓଡିଶା ରାଜ୍ୟର ଚାଷୀମାନେ ଆଜି ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ୨୩ ବର୍ଷର ଶାସନରେ ବିଜେଡି ସରକାର ଜଳସେଚନ ପାଇଁ କୈାଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜନପ୍ରତିନିଧି ଭାବେ ବିଜେଡିର ନେତା, ମନ୍ତ୍ରୀ ଓ ବିଧାୟକମାନେ ନିଜ ଦାୟୀତ୍ୱକୁ ଭୁଲି ଯାଇ ସଚିବ, ଅଫିସରଙ୍କ ଚାଟୁକାରିତା କରୁଛନ୍ତି ଏବଂ ତାଙ୍କ ମିଟିଂ ଓ ସଭା ପାଇଁ ଚେୟାର ଓ ଟେଣ୍ଟ କଥା ବୁଝୁଛନ୍ତି । ବିଜେଡିର ସମସ୍ତ ନେତା, ମନ୍ତ୍ରୀ ଓ ବିଧାୟକ ବର୍ତମାନ ଗୃହବନ୍ଦୀ ବୋଲି ସାମଲ କହିଛନ୍ତି ।

ନିର୍ବାଚନ ଆସିଲେ ‘ମିଛ ଓ ପ୍ରତାରଣ’ କରି ବିଜେଡି ଭୋଟ ନେଇଥାଏ ଏବଂ ନିର୍ବାଚନ ପରେ ଦେଇଥିବା ପ୍ରତିଶୃତିକୁ ଭୁଲିଯାଏ । ଦୀର୍ଘ ୨୩ ବର୍ଷ ଧରି ଓଡିଶାବାସୀଙ୍କୁ ନିରନ୍ତର ଭାବେ ପ୍ରତାରଣା କରିଆସୁଥିବା ବିଜେଡି ଶାସନରେ ଓଡିଶାର ବିକାଶ ଅସମ୍ଭବ । ଓଡିଶା ପାଇଁ ବିଜେପିର ଡବଲ୍ ଇଞ୍ଜିନ ସରକାର ଏକାନ୍ତ ଆବଶ୍ୟକ । ଗତ ୨୩ ବର୍ଷ ଧର ଅଟକି ପଡିଥିବା ଓଡିଶାର ବିକାଶ ବିଜେପି ସରକାରର ମାତ୍ର ୫ ବର୍ଷରେ ପୁରଣ ହେବ । ବ୍ୟାପକ ଜଳସେଚନର ବ୍ୟବସ୍ଥା କରାଯିବା ସହିତ ରାଜ୍ୟରେ କୃଷି ଭିତିକ ଶିଳ୍ପ ସ୍ଥାପନ କରାଯିବ । ଚାଷୀର ଆୟକୁ ଦ୍ୱିଗୁଣିତ କରାଯିବ । ଟାଙ୍ଗୀ ଅଞ୍ଚଳ ସମେତ ଓଡିଶାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହେବା ବିଜେପିର ପ୍ରାଥମିକତା ବୋଲି ସାମଲ କହିଛନ୍ତି ।

Leave a Reply

Your email address will not be published. Required fields are marked *