ଚୋରା ଚାଲାଣ ସହ ପିକଅପଭ୍ୟାନ ଜବତ

ଚୋରା ଚାଲାଣ ବେଳେ କାଠ ସହିତ ପିକଅପଭ୍ୟାନ ଜବତ । ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡ ରେଞ୍ଜ ଅଞ୍ଚଳରୁ । କୌଣସି ସୂତ୍ରରୁ ଖବର ପାଇ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଉମାକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ କାଠ ଚରା ଚାଲାଣ ହେଉଥିବା ଖବର ପାଇ କରଞ୍ଜିଆ ଠାକୁରମୁଣ୍ଡା ରାସ୍ତାର ରୁଗୁଡିବେଡା ନିକଟରେ ଏକ ପିକଅପ ଭ୍ୟାନକୁ ଅଟକାଇବା ବେଳେ ଡ୍ରାଇଭର ଗାଡି ଛାଡି ଚମ୍ପଟ ମାରିଥିଲା ବେଳେ ଗାଡ଼ିରେ ୩୪ଟି ସାଇଜ ଶାଳଚୌକାଠ ଥିବାର ଦେଖି ଗାଡିକୁ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ଠାକୁରମୁଣ୍ଡା ବନବିଭାଗ। ତେବେ ଗତ କିଛି ଦିନ ହବ କରଞ୍ଜିଆ ଅଞ୍ଚଳରୁ ବ୍ୟାପକ କାଠ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସିଥିଲା ତେବେ ଆଜି ଏକ ବଡ଼ ସଫଳତା ପାଇଁ ପାରିଛି ବନବିଭାଗ। ଏଇ ଚଢ଼ାଉରେ ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ଉମାକାନ୍ତ ବେହେରା ଫରେଷ୍ଟର ଚନ୍ଦ୍ରଭାନୁ ମହାନ୍ତ ବିଦ୍ୟାଧର ମହାନ୍ତଙ୍କ ସହିତ ଅନ୍ୟ କର୍ମଚାରିମାନେ ସାମିଲ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *