ଅପରାଧଓଡ଼ିଶା

ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ ଠାରୁ ବି ମିଳିଲା ନିରାଶା

() ଅଢେଇ  ବର୍ଷରୁ ଅଧିକ  ସମୟ  ବିତିଗଲାଣି  ମାତ୍ର ମିଳୁନି ପିହୁର ଖବର l  ସରକାର, ପୋଲିସ ସମସ୍ତଙ୍କ ଠାରୁ  ଆଶା  ହରାଇ  ଆଜି ମହିଳା  ଶିଶୁ ବିକାଶ ମନ୍ତ୍ରୀଙ୍କୁ ଭେଟି  ନିଜ ଦୁଃଖ ଜଣାଇବାକୁ  ପହଞ୍ଚିଥିଲେ  ପିହୁର ମା। ହେଲେ ଦେଖା କରିବା ତ ଦୂରର କଥା ଗେଟ ଆଗରୁ ପିହୁ ମାକୁ ଅଟକାଇଲା ପୋଲିସ। ତେବେ ପିହୁ ମା ଜ଼ିଦରେ ଅଟଳ ରହି ମନ୍ତ୍ରୀଙ୍କ ଘର ଆଗରେ ବସି ରହିଥିଲେ।  

କୁଆଡେ ଗଲା କୁନି ଝିଅ ପିହୁ। ଦୀର୍ଘ ଅଢେଇ ବର୍ଷ ହେବ ନିଖୋଜ ଅଛି ଯାଜପୁର ଜ଼ିଲ୍ଲା ବିଂଝାରପୁର ଅଞ୍ଚଳ ମଧୁସୂଦନପୁର ଗାଁର ପିହୁ।  ନିଖୋଜ ପିହୁ ମା’ର ଆଖିରୁ ଝରି ଯାଉଛି ଧାର ଧାର ଲୁହ । ଝିଅର ସେଇ ପୁରୁଣା ଫଟୋକୁ ଧରି ସମସ୍ତଙ୍କ ସହ ଆସିଛନ୍ତି ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମଙ୍କ ସରକାରୀ ବାସଭବନ ନିକଟକୁ। ମନ୍ତ୍ରୀଙ୍କୁ ଦେଖା କରିବା ସହ ପିହୁକୁ ଖୋଜି ଆଣିବା ପାଇଁ ନିବେଦନ କରିବେ ବୋଲି ଆଶା ନେଇ ଆସିଥିଲେ । ହେଲେ ଦେଖା କରିବା ତ ଦୂରର କଥା ଗେଟ ଆଗରୁ ପିହୁ ମାକୁ ଅଟକାଇଲା ପୋଲିସ। ତେବେ ପିହୁ ମା  ଜ଼ିଦରେ ଅଟଳ ରହି ମନ୍ତ୍ରୀଙ୍କ ଘର ଆଗରେ ବସି ରହିଥିଲେ।  

ପିହୁ ନିଖୋଜ  ହେବ ଠାରୁ  ବର୍ତ୍ତମାନ ପର୍ଯ୍ୟନ୍ତ ପରିବାର ଲୋକେ କରୁଛନ୍ତି ସଂଘର୍ଷ। ଝିଅକୁ ଫେରି ପାଇବା ପାଇଁ ଏଠାକୁ ସେଠାକୁ ଧାଇଁ ବୁଲୁଛନ୍ତି। କେତେବେଳେ ମନ୍ତ୍ରୀଙ୍କ ବାସଭବନ ଆଉ କେତେବେଳେ cbi ଅଫିସ।  ହେଲେ ଫଳ ଶୂନ୍ୟ। ଯାହାକୁ ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ପିହୁ ନ ଫେରିଲା ପଯ୍ୟନ୍ତ ଏମିତି ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଧା 50ରୁ ଅଧିକ ଶିଶୁ ନିଖୋଜ ଅଛନ୍ତି। ହେଲେ ସେମାନଙ୍କର ମିଳୁନି ପତ୍ତା।  ଯାହାକୁ ନେଇ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ.

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button