ଓଡ଼ିଶାମନୋରଞ୍ଜନ

ଆଉ ନାହାନ୍ତି ପିଣ୍ଟୁ

()ଚିରନିଦ୍ରାରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ଚିକିତ୍ସା ପରେ ଶେଷରେ ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲରେ ଆଖି ବୁଜିଛନ୍ତି ଏହି ବର୍ଷିଆନ ଅଭିନେତା । ସନ୍ଧ୍ୟା ୬ଟାରେ ତାଙ୍କ ମରଶରୀର ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ନେଇ ସୂଚନା ରହିଛି ।

ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ପିଣ୍ଟୁ । ଆଉ ନାହାନ୍ତି ଅଭିନେତା ପିଣ୍ଟୁ ନନ୍ଦ  ।  ୪୫ ବର୍ଷ ବୟସରେ ଆଖିବୁଜିଛନ୍ତି ଏହି ଲୋକପ୍ରିୟ ଅଭିନେତା ଜଣକ  । ବୁଧବାର ସନ୍ଧ୍ୟାରେ ଖବର ଆସିଲା ପିଣ୍ଟୁ ସଙ୍କଟାପନ୍ନ ଅବସ୍ଥାରେ । ଯାହାକୁ ନେଇ ରାଜ୍ୟବାସୀଙ୍କ ନିକଟରେ ପ୍ରାର୍ଥନା ପାଇଁ  ଟ୍ବିଟ ଯୋଗେଁ ଅନୁରୋଧ କରିଥିଲେ ଶ୍ରୀତମ ଦାସ ।  ହେଲେ ବିଧିର ବିଧାନ କି କରିବ ଆନ। ଦୀର୍ଘ ଦିନର ସଂଗ୍ରାମ ଓ ଡାକ୍ତରଙ୍କ ଶତ ଚେଷ୍ଟା ପରେ ବି ପିଣ୍ଟୁ ଚିର ଦିନ ପାଇଁ ବୁଜିଦେଲେ ଆଖି।  ବିଳମ୍ୱିତ ରାତି ୧୧ଟା ୨୫ ମିନିଟରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ପିଣ୍ଟୁ। କିଛି ଦିନ ତଳେ ଲିଭର ପ୍ରତ୍ୟାରୋପଣ ପାଇଁ ଦିଲ୍ଲୀରୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିଲା  ।  ବୁଧବାର ଦିନ ଅବସ୍ଥା ସଙ୍କଟାପନ୍ନ ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେବା ସହ ଲିଭର ଫଙ୍କସନ କରୁନଥିବା ସୂଚନା ଦେଇଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାର ଖବରପାଇବା ପରେ ସଙ୍ଗେ ସଙ୍ଗେ ଅଭିନେତା ଶ୍ରୀତମ ଦାସ ଟ୍ବିଟ ଯୋଗେ ପିଣ୍ଟୁଙ୍କ ଆରୋଗ୍ୟକାମନା ପାଇଁ ରାଜ୍ୟବାସୀଙ୍କୁ କହିଥିଲେ ।  ପିଣ୍ଟୁଙ୍କ ଅକାଳ ବିୟୋଗରେ ରାଜ୍ୟବ୍ୟାପୀ ଖେଳିଯାଇଛି ଶୋକର ଛାୟା  । 

ପିଣ୍ଟୁ ନିଜ ଦୀର୍ଘ ବର୍ଷର କ୍ୟାରିଅରରେ ଓଲିଉଡକୁ ଦେଇଛନ୍ତି ଅନେକ ଦମଦାର ଫିଲ୍ମ  । ଓଡିଆ କଥାଚିତ୍ର ଅଭିନେତା ଭାବେ ଏବଂ ଜଣେ ପ୍ରସିଦ୍ଧ ଅଭିନେତା ଭାବେ ସେ ବେଶ ଜଣାଶୁଣା  ।  ୭ ଜୁଲାଇ ୧୯୭୭ରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ପିଣ୍ଟୁ । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା , ରଙ୍ଗ ନମ୍ବର,ଆଇ ଲଭ ମାଇଁ ଇଣ୍ଡିଆ, ପ୍ରେମ ଅଢେଇ ଅକ୍ଷର, ଦୋସ୍ତି, ପହିଲି ରଜ , ସୁନା ପିଲା ଟିକେ ସ୍କୃ ଢିଲା , ହରି ଓମ ହରି , ପ୍ରେମ ରୋଗୀ ପରି ଅନେକ ଫିଲ୍ମରେ କାମ କରି  ରାଜ୍ୟବାସୀଙ୍କ ହୃଦୟ ଜିଣିଛନ୍ତି । ଦୋସ୍ତି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି ।  ଦୋସ୍ତି ଚଳଚ୍ଚିତ୍ରରେ ତାଙ୍କ କମେଡି ଭୂମିକା ବେଶ ପସନ୍ଦ କରିଥିଲେ ଦର୍ଶକ । ପାଖାପାଖି ୩୦ରୁ ଅଧିକ ଚଳଚ୍ଚିତ୍ର କରିସାରିଛନ୍ତି  ।  କେତେବେଳେ ହାସ୍ୟ କଳାକାର ଭୂମିକା ତ ଆଉ କେତେବେଳେ ଭିଲିଆନ ଭୂମିକାରେ ନିଜର ଦମଦାର ଅଭିନୟ କରି ସମସ୍ତିଙ୍କୁ ତାଜୁବ କରିଛନ୍ତି । ଖାଲି ଚଳଚିତ୍ର ନୁହେଁ ଏହା ବ୍ୟତୀତ ଅନେକ ହିଟ ଆଲବମ ବି ସିନେଜଗତକୁ ଦେଇଛନ୍ତି ପିଣ୍ଟୁ । ତେବେ ତାଙ୍କର ଅକାଳ ବିୟୋଗ ପାଇଁ ପ୍ରିୟଜନ ଓ ଶୁଭେଚ୍ଛୁ ମାନେ ଭାଙ୍ଗିପଡିଛନ୍ତି  । ପିଣ୍ଟୁଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି।

କମେଡିଆନ, ଭିଲିଆନ ସବୁଥିରେ ନିଜର ନିପୁଣ ଅଭିନୟର ପରିଚୟ ଦେଇଥିଲେ ପିଣ୍ଟୁ । ତାଙ୍କ ବିୟୋଗରେ ସାରା ରାଜ୍ୟ ଶବ୍ଦ । ମୁଖ୍ୟମନ୍ତ୍ରୀଙ୍କ ଠୁ ନେଇ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published.

Back to top button