ପୁରୀ ଜିଲ୍ଲା କଣାସରେ ହଇଜା ମହାମାରୀ । ଦୟା ନଦୀର ଦୂଷିତ ପାଣିକୁ ବ୍ୟବହାର କରି ରୋଗ ବ୍ୟାପି ଥିବାବେଳେ ଏଥିରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆଜି କଣାସରେ ପହଞ୍ଚିଥିଲେ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ I କଣାସ ମେଡିକାଲ ରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହିତ ସେଠାରେ ସମସ୍ତ ବ୍ୟବସ୍ଥା କରାଯାଇଛି I କିଛି ନୂଆ ରୋଗୀ ମଧ୍ୟ ଛିହ୍ନଟ ହୋଇଛନ୍ତି । ଗଙ୍ଗୁଆ ନାଳ ର ଦୂଷିତ ପାଣି ପାଇଁ ଡାଇରିଆ ବ୍ୟାପିଥିବା କହିଛନ୍ତି I ଗଙ୍ଗୁଆ ପାଣି କିପରି ଦୟାନଦୀରେ ନ ମିଶିବ ସେଥିପାଇଁ ଆଲୋଚନା କରି ସମାଧାନ କରାଯିବ କହିଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now