ଓଡ଼ିଶା

ଶ୍ରୀମନ୍ଦିରରେ ହବିଷିଆଳୀଙ୍କ ମୁଣ୍ଡ ଫଟାଇଲା ପୁଲିସ

ପୁରୀ: ଶ୍ରୀମନ୍ଦିରରେ ପୁଲିସର  ଗୁଣ୍ଡାଗିରି। ପୁଲିସ ଗୁଣ୍ଡାଗିରିରେ ହବିଷିଆଳୀଙ୍କ ମୁଣ୍ଡ ଫାଟିଯାଇଛି। ତାଙ୍କୁ ପୁରୀ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ମାଡର ଶିକାର ହୋଇଥିବା ହବିଷିଆଳୀଙ୍କ ଘର ବ୍ରହ୍ମପୁରରେ ହୋଇଥିବା ଜଣାପଡିଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ବ୍ରହ୍ମପୁରର ମାଧୁରୀ ଦାଶ ପବିତ୍ର କାର୍ତ୍ତିକ ବ୍ରତ ପାଳନ କରିବାକୁ ପୁରୀ ଆସିଥିଲେ। ମାସେ ହେଲା ବାସେଳିସାହିରେ ଥିବା ଘରୋଇ ହବିଷିଆଳୀ ଶିବିରରେ । ପଞ୍ଚୁକର ଚତୁର୍ଥ ଦିନରେ ସେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଶ୍ରୀମନ୍ଦିର ଯାଇଥିଲେ। ଘଣ୍ଟି ଦ୍ୱାର ନିକଟରେ ମାଧୁରୀଙ୍କୁ ପୁଲିସ ଅଟକାଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପୁଲିସ କର୍ମଚାରୀ ମାଧୁରୀଙ୍କୁ ଠେଲି ଦେଇଥିଲେ। ଫଳରେ ମାଧୁରୀ ତଳେ କଚାଡି ହୋଇ ପଡିଥିଲେ ଓ ତାଙ୍କ ମୁଣ୍ଡ ଫାଟି ଯାଇଥିଲା।

ମାଧୁରୀଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ହବିଷିଆଳୀ କେନ୍ଦ୍ରରେ ଛଡାଯାଇଥିଲା। ପୁଲିସ ବ୍ୟବହାର ପାଇଁ ମନ୍ଦିର ପରିସରରେ ଏପରି ଘଟଣାକୁ  ଅନେକ ଶ୍ରଦ୍ଧା ନିନ୍ଦା କରିଛନ୍ତି। ଏସମ୍ପର୍କରେ ସ୍‌ପି କହିଛନ୍ତି,  ମୁଁ  ମେଡିକାଲ ଯାଇ ଆହତ ହବିଷିଆଳୀଙ୍କୁ ଭେଟି ଆସିଛି। ଏହି ଘଟଣାରେ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, କ’ଣ ପାଇଁ ଏପରି ଘଟିଲା ତାର ତଦନ୍ତ କରାଯାଉଛି।

Leave a Reply

Your email address will not be published.

Back to top button