ଓଡ଼ିଶା
ଗ୍ୟାଙ୍ଗଷ୍ଟର ସକିଲକୁ ତଡିପାର ନିର୍ଦ୍ଦେଶ

କଟକ : ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲକୁ ତଡିପାର ନିର୍ଦ୍ଦେଶ। କଟକ କମିଶନରେଟ ପୋଲିସ ପକ୍ଷରୁ ସକିଲକୁ ତଡିପାର ପାଇଁ ନୋଟିସ ଜାରି କରାଯାଇଛି। ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ମହମ୍ମଦ ସକିଲ କମିଶନରେଟ ପୋଲିସ ଅଞ୍ଚଳରେ ରହିପାରିବ ନାହିଁ ବୋଲି ନୋଟିସରେ ଉଲ୍ଲେଖ ରହିଛି। ସକିଲ କିଛି ଦିନ ପୂର୍ବେ ଜାମିନରେ ଆସିଥିବା ବେଳେ ନିକଟରେ ଵିବାହ ମଧ୍ୟ କରିଥିଲା ।
ତେଵେ ସକିଲ ପୁଣି ଅପରାଧ ଘଟାଇବା ଆଶଙ୍କା କରି ପୋଲିସ ଏଭଳି ନିର୍ଦ୍ଦେଶ ଜାରି କରିଛି । ଏହି ନିର୍ଦ୍ଦେଶ ବିରୋଧରେ ସକିଲ ପୋଲିସ କମିଶନର ଙ୍କ ନିକଟରେ ମଧ୍ୟ ତା ପକ୍ଷ ରଖିପାରିବ ବୋଲି ଡିସିପି କହିଛନ୍ତି। ସକିଲ ନାଁ ରେ ହତ୍ୟାକାଣ୍ଡ , ଗୁଳିକାଣ୍ଡ, ଵୋମାମାଡ, ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦାୟ ଭଳି 30 ରୁ ଊର୍ଦ୍ଧ୍ବ ମାମଲା ରହିଛି। ତେବେ ସକିଲ ଭଳି ଅପରାଧ ଜଗତରେ ଲିପ୍ତ ଥିବା 11 ଜଣ ଅପରାଧୀଙ୍କୁ ତଡିବାର ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି ।