ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ମୁକାବିଲା ନେଇ ଖାଦ୍ୟ ଯୋଗାଣ ମନ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକିୟା | ସବୁ ପ୍ରକାର ସ୍ଥିତି ପାଇଁ ଓଡିଶା ସମ୍ପଣ୍ଣ ପ୍ରସ୍ତୁତ | ବଜାରରେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ଡାଲି, ଚାଉଳ , ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ | କୈାଣସି ପ୍ରକାର କଳାବଜାରୀକୁ ଦିଆଯିବ ନାହିଁ ପ୍ରଶୟ | ସରକାରଙ୍କ ନଜରରେ ଅଛି ମାର୍କେଟ | ଅପକରେସନ ସିନ୍ଦୁରରେ ସୀମିତ ରହିବନି ଆକ୍ସନ | ପ୍ରଧାନମନ୍ରୀ କହିଛନ୍ତି ଆଗକୁ ନିଆଯିବ ଆହୁରି ବଡ କାର୍ଯ୍ଯାନୁଷ୍ଠାନ | ସେହିପରି ମନ୍ରୀ କହିଛନ୍ତି ଯେ ରବି ଧାନ ପାଇଁ ପଞ୍ଜିକରଣ ସରିଛି | ଏହାପରେ ସାଟେଲାଇଟ ସର୍ଭେ କରାଯିବ | ଏଥର ଆମେ ୨୦ ଟି ଜିଲ୍ଲାକୁ ନେଇଛୁ | ଆଗରୁ ୧୭ ଟି ଜିଲ୍ଲାରେ ପଞ୍ଜିକରଣ ହେଉଥିଲା | ସପ୍ତାହେ ଭିତରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ | ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ | ମଣ୍ତି ଦାୟିତ୍ବରେ ନୋଡାଲ ଅଫିସର ରହିବେ | ଆମର ଟାର୍ଗେଟ ୧୫ ଲକ୍ଷ ମେଟ୍ରିକ ଟନ ରହିଛି | ପ୍ରଥମ ପର୍ଯ୍ୟାୟାରେ ୧୦ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି | କଟନୀ ଛଟନୀ କରାଇ ଦିଆଯାଇ ନାହିଁ | ଅସାଧି ମିଲରମାନଙ୍କ ଉପରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ |

Naxatra News is now on Whatsapp
Join and get latest news update delivered to you via whatsapp
Join Now