ଦୋଷମୁକ୍ତ ପ୍ରଦୀପ ପାଣିଗ୍ରାହୀ

ନିର୍ଦ୍ଦୋଶରେ ଖଲାସ ହେଲେ ପ୍ରଦୀପ ପାଣିଗ୍ରାହୀ। ନ୍ୟାୟାଳୟରେ ଛିଡ଼ିଲା ଲେଖା । ବହ୍ମପୁର ଜେଏମଏଫସି ରୁରାଲ କୋର୍ଟ ତାଙ୍କୁ ସବୁ କେସରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି । ଗତକାଲି ୨ଟି ମାମଲାରୁ ମୁକ୍ତି ପାଇଥିଲା ବେଳେ ଆଜି ଆଉ ୩ଟିରୁ ମଧ୍ୟ ଦୋଷମୁକ୍ତ ହୋଇଛନ୍ତି । ସାଂସଦ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକ ସମସ୍ତେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗ କୁ ନେଇ ଅଡୁଆରେ ପଡ଼ିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବଡ ଆଶ୍ୱସ୍ତି। ଏ ସମ୍ପର୍କରେ ପ୍ରଦୀପ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କୋର୍ଟ ଉପରେ ଭରଷା ଥିଲା । ରାଜନୈତିକ ପ୍ରତିଶୋଧପରାୟଣତାରେ ମିଛ କେସ କରାଯାଇଥିଲା । ପୂର୍ବ ସରକାର ଯୋଜନାବଦ୍ଧ ଭାବେ ଚରିତ୍ର ସଂହାର ପାଇଁ ବ୍ୟବସ୍ଥା କରିଥିଲେ । ରାଜନୈତିକ ଲଢେଇରେ ଏତେ ତଳସ୍ତରକୁ ଯିବା ଉଚିତ ନଥିଲା ।

ବିଜେଡି ନେତା ଓ ପୋଲିସ ଚାପରେ ଥାନାରେ ଅଭିଯୋଗ କରିଥିବା କୋର୍ଟରେ ବୟାନ ଦେଇଥିଲେ ଏତଲାକାରୀ। ଆକାଶ ଓ ଅଭୟ ପାଠକଙ୍କୁ ଚିହ୍ନି ନଥିବା ଏବଂ ଜଣେ ଆଇଜି ସ୍ତରର ଅଧିକାରୀ ତାଙ୍କୁ ଭୟଭିତ କରାଇ କାଗଜରେ ଦସ୍ତଖତ କରାଇଥିବା ମାଜିଷ୍ଟ୍ରେଟକୁ ଜଣାଇଥିଲେ । ଯାହା ଆଧାରରେ ଏଭଳି ରାୟ ଆସିଥିବା କହିଛନ୍ତି ପ୍ରଦୀପଙ୍କ ଓକିଲ। ତେଣୁ ପ୍ରମାଣ ଅଭାବରୁ ସବୁ କେସରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।ସେପଟେ ଗତକାଲି କୋର୍ଟଙ୍କ ରାୟ ପରେ ଅଭୟ ପାଠକ କହିଥିଲେ ନ୍ୟାୟର ମନ୍ଦିରରେ ନ୍ୟାୟ ମିଳିଲା । ଷଡ଼ଯନ୍ତ୍ର କରି ମୋତେ ଓ ମୋ ପୁଅକୁ ଫସା ଯାଇଥିଲା । ପ୍ରଦୀପଙ୍କ ସହ ସମ୍ପର୍କ ଯୋଗୁ ଆମକୁ ଟାର୍ଗେଟ କରାଗଲା । ଦୀର୍ଘ ୫ ବର୍ଷର ଲଢେଇ ପରେ ଏ ନ୍ୟାୟ ମିଳିଛି ।

ଟାଟା ମୋଟର୍ସରେ ଚାକରି କରେଇଦେବା ନାଁରେ ଟଙ୍କା କାରବାର କରିଥିବା ଅଭିଯୋଗରେ ୫ଜଣ ଥାନାରେ ମାମଲା ଦାଏର କରିଥିଲେ । ୪ଟି ମାମଲାରେ ପ୍ରଦୀପ ଏକୁଟିଆ ମୁଦାଲା ଥିବା ବେଳେ ଅନ୍ୟ ମାମଲାରେ ଆକାଶ ଓ ଅଭୟ ପାଠକ ମୁଦାଲା ଥିଲେ । ଗୋଳଂଥରା ଓ ବୈଦନାଥପୁର ଥାନାରେ ଏହି ମାମଲା ହୋଇଥିଲା । ସମସ୍ତଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଏ ନେଇ ପୂର୍ବ ସରକାରରେ ଜନବିରୋଧୀ ଟାଗ ପାଇ ଦଳରୁ ବହିଷ୍କାର ହୋଇଥିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ । ଝିଅ ବାହାଘର ପୂର୍ବରୁ ଭାବି ଜ୍ୱାଇଁ ଓ ସମୁଦି ମଧ୍ୟ ସମାନ କେସରେ ଫସିଥିଲେ । ଫଳରେ ହଟହଟା ହୋଇ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ । ତେବେ କୋର୍ଟଙ୍କ ରାୟ ପରେ ପ୍ରଦୀପଙ୍କ ବାସଭବନ ସମ୍ମୁଖରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ବାଣ ଫୁଟାଇ ମିଠା ଖାଇ ସେଲିବ୍ରେସନ କରିଛନ୍ତି ପ୍ରଦୀପଙ୍କ ସମର୍ଥକ ।ଏଥର ଲେଖା ଛିଡିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ମିଛ କେସରେ ଫସାଯାଉଛି ବାରମ୍ୱାର କହୁଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ଅଡୁଆ ବଢିଥିଲା । ଉଭୟ ପାରିବାରିକ ଓ ରାଜନୈତିକ ସ୍ତରରେ ଅପଦସ୍ତ ହୋଇଥିଲେ । ପରେ ବେଲରେ ଆସି ବିଜେଡି ବିରୋଧରେ ବିଶୋଦଗାର କରିଥିଲେ । ଏବଂ ସେ ଜନବିରୋଧୀ କାମ କରି ନାହାଁନ୍ତି ଏବଂ ତାଙ୍କ ସହ ଯେ ଜନମତ ଅଛି ତାକୁ ବିଜେପି ଟିକେଟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରୁ ବିଜୟୀ ହୋଇ ପ୍ରମାଣ ଦେଇଛନ୍ତି । କୋର୍ଟଙ୍କ ରାୟ ପରେ ପୂର୍ବ ସରକାରର ମୁଖା ଖୋଲିଥିବା ବେଳେ କିଏ ସେ ଆଇଜି ସ୍ତରର ପୋଲିସ ଅଧିକାରୀ ସେ ପ୍ରଶ୍ନ ଉଠିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *