ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି। ଚିଟଫଣ୍ଡ ମାମଲାରେ ସଂପୃକ୍ତ ଥିଲେ। ଜେଲ୍ ଯାଇଥିଲେ। ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କରିଥିବା ପୂର୍ବତନ ବିଧାୟକ ପ୍ରଭାତଙ୍କ ବାବଦରେ ନବୀନ ପଟ୍ଟନାୟକଙ୍କ ଏଭଳି ବୟାନ ଆସିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଭାତ। ନବୀନଙ୍କ ଅଣଓଡ଼ିଆ ପ୍ରୀତିରୁ ନେଇ ନବୀନଙ୍କ ମୁହଁରେ ଏ ସବୁ ମିଛ ଶୋଭାପାଉନି କହି ତାତ୍ସଲ୍ୟ କରିଛନ୍ତି ପ୍ରଭାତ। ସେ ଯଦି ଦଳରେ ନାହାନ୍ତି, ତା ହେଲେ ୨୦୧୯ ସଭାରେ କେମିତି ତାଙ୍କ ସହ ମଞ୍ଚରେ ଥିଲେ ନବୀନ। କଟକ ଓ ବାଙ୍କିରେ ଯେଉଁଠି ଦଳୀୟ କାମ ପଡ଼େ, ତାଙ୍କୁ କାହିଁକି ଡାକି ଦାୟିତ୍ୱ ଦିଆଯାଉଥିଲା। ଏତେ ସବୁ ପରେ ବି ସେ କେମିତି ଦଳରେ ନାହାନ୍ତି ବୋଲି କହିଲେ ନବୀନ। ୨୪ରେ ତ ଦ୍ୱିତୀୟ କ୍ଷମତାକେନ୍ଦ୍ର ତାଙ୍କୁ ମଞ୍ଚରେ ପ୍ରଶଂସା କରିଥିଲେ। ଜାଣିଶୁଣି ଭୁଲ୍ ତଥ୍ୟ ଦେଇ ନବୀନଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରୁଛି ତାଙ୍କ ଅଫିସ ବୋଲି କହିଛନ୍ତି ପ୍ରଭାତ। ଏହା ସହ ସାଙ୍ଘାତିକ ଆରୋପ ଲଦିଛନ୍ତି ଯେ, ୨୪ରେ ଦୁଇଟି ଜାଗାରୁ ଛିଡା ହେବା ପଛର ରହସ୍ୟ ଥିଲା କି, ପାଣ୍ଡିଆନଙ୍କ ଲାଗି ଗୋଟିଏ ଆସନ ଛାଡ଼ିଥିଲେ ସେ ଉପ-ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତେ। ନବୀନ ଓଡ଼ିଶା ଛାଡ଼ି ପଳାଇଥାଆନ୍ତେ। ନବୀନ ନିବାସରେ ପାଣ୍ଡିଆନଙ୍କୁ ପ୍ରଶଂସା ଓ ପ୍ରଭାତଙ୍କ ସମେତ ପାଣ୍ଡିଆନ ବିରୋଧୀ ମେଳିକୁ କଟାକ୍ଷ କଲା ବେଳେ କାହିଁକି କୌଣସି ଓଡ଼ିଆ ମିଡିଆ ନଥିଲା। ଓଡ଼ିଆ ଅସ୍ମିତାକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିଙ୍କ ଏହା କଅଣ ଅସଲ ପରିଚୟ ବୋଲି ପଚାରିଛନ୍ତି ପ୍ରଭାତ। ଦଳରେ ନିଷ୍ପତ୍ତି ନେଉଛନ୍ତି ନମ୍ୱର ଓ୍ୱାନ। କିନ୍ତୁ କାର୍ଯ୍ୟକାରୀ କରୁଛି କିଏ। ସବୁ ନମ୍ୱର-ଟୁ ଉପରେ ଛାଡ଼ି ଦିଆଯାଇଛି। ଓ୍ୱାକଫ ବିଲ୍ ସମର୍ଥନରେ ନିଷ୍ପତ୍ତି ନେଇପାରୁନଥିବା ନବୀନ କେବଳ ପ୍ରଭାତ ତ୍ରିପାଠୀଙ୍କ ପ୍ରତି ଲୋକଙ୍କ ମନରେ ଘୃଣାଭାବ ସୃଷ୍ଟି କରିବାକୁ ପ୍ରୟାସ ହେଉଛି ବୋଲି କହିଛନ୍ତି ତ୍ରିପାଠୀ।

Naxatra News is now on Whatsapp
Join and get latest news update delivered to you via whatsapp
Join Now