ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ

ଆଜିଠୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ ଚଳାଚଳ ବନ୍ଦ । ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ୮ ତାରିଖ ସନ୍ଧ୍ୟା ଯାଏ ଏହି ବନ୍ଦ ଡାକରା ଦେଇଛନ୍ତି ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ । ପୂର୍ଵ ସରକାରଙ୍କ ଅମଳରେ ଚଳାଚଳ କରୁଥିବା ଲଷ୍ମୀ ବସ ଏବେ ମୁଖ୍ୟମନ୍ତ୍ରୀ ବସ ସେବାରେ ନାମିତ ହୋଇଥିବା ସହ ଏହି ବସ ପଂଚାୟତରୁ ବ୍ଲକ ମୁଖ୍ୟାଳୟ କୁ ଯାତାୟାତ କରୁଥିଲା । ତେବେ ଏବେ ସେହି ବସ ବିଭିନ୍ନ ସହରକୁ ଚଳାଚଳ କରିବାର ନିଷ୍ପତ୍ତି କୁ ସଂଘ ବିରୋଧ କରିଛି । ଲକ୍ଷ୍ମୀ ବସ ସେବା ଆରମ୍ଭରୁ ଘରୋଇ ବସ ମାଲିକ ସଙ୍ଘ ବିରୋଧ କରି ଆସୁଥିବା ବେଳେ ଆପୋସ ଆଲୋଚନାରେ କିଛି ସମୟ ଚାଲିବା ପରେ ବହୁ ଦିନ ଧରି ବସ ଗୁଡିକ ପଡିରହିଛି l ଵର୍ତ୍ତମାନ ବସ ଚାଲିବା ନିଷ୍ପତ୍ତି ଠିକ କିନ୍ତୁ ବାହାର ରାଜ୍ୟକୁ ଦିଆନଯାଇ ଘରୋଇ ବସ ମାଲିକ ସଂଘ ସହ ଚୁକ୍ତିନାମା କରାଯାଉ ବୋଲି ଦାବି କରିଛନ୍ତି ଉଭୟ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା ଘରୋଇ ବସ ମାଲିକ ସଂଘ । ସେପଟେ ଏନେଇ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସହ ଆଜି ସକାଳ ୯ଟାରେ ସଂଘ ପ୍ରତିନିଧିଙ୍କ ଆଲୋଚନା କରିବେ । ଏହା ହେବା ପରେ ଜଣାପଡିବ ବସ ଚଳାଚଳ କରିବ ନା ୨୪ ଘଣ୍ଟିଆ ଚକା ଜାମ ହେବ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *