ଓଡ଼ିଶା

ସ୍ମାର୍ଟ ସ୍କୁଲର ଅବ୍ୟବସ୍ଥା

କାମାକ୍ଷାନଗର: 5Tରେ ସ୍କୁଲ ସାମିଲ ହୋଇଛି । ହେଲେ ଆନୁସଙ୍ଗିକ ବ୍ୟବସ୍ଥା ନାହିଁ । ବାହାରୁ ଚାକଚକ୍ କରାଯାଇଛି ହେଲେ ପିଲା ମାନଙ୍କ ପାଠ ପଢିବା ପାଇଁ ନା ଆବଶ୍ୟକ ଶ୍ରେଣୀ ଗୃହ ଅଛି ନା ଉପଯୁକ୍ତ ଶିକ୍ଷକ ଅଛନ୍ତି।  ଭଙ୍ଗା ଘରେ ପିଲା ମାନେ  ପାଠ ପଢୁଛନ୍ତି। ସମାନ୍ୟ ବର୍ଷା ହେଲେ ପାଠପଢା ଠପ୍ ହୋଇପଡୁଛି।

 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦର  ଆଳତୁମା ଉଚ୍ଚ ବିଦ୍ୟାଳୟ। ଏଠି ପିଲା ସଂଖ୍ୟା ପାଖାପାଖି ୩୫୦। ସ୍କୁଲପାଇଁ ୧୦  ଜଣ ଶିକ୍ଷକ ଆବଶ୍ୟକ  ଥିବା ବେଳେ ଅଧା ଶିକ୍ଷକ ବି ନାହାଁନ୍ତି। ତେଣୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଏପରିକି ଶ୍ରେଣୀ ଗୃହ ନଥିବାରୁ ପିଲାମାନେ ଭଙ୍ଗା ଛପର ଘରେ ପାଠ ପଢୁଛନ୍ତି । ସାମାନ୍ୟ ବର୍ଷା ହେଲେ ପାଠପଢା ଠପ। ପିଲାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡୁଛି। ବାରମ୍ବାର ଏ ନେଇ ପ୍ରଧାନ ଶିକ୍ଷକ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ତେଣୁ ଅଭିଭାବକ ମାନେ ପିଲା ମାନଙ୍କୁ  ସ୍କୁଲକୁ ପାଠ ପଢିବା ପାଇଁ ଛାଡିବାକୁ ସୁରକ୍ଷିତ ମଣୁନାହାନ୍ତି।

5T ରେ ସ୍କୁଲଟି ସାମିଲ ହେବାର ଘୋଷଣା ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହରି ଖେଳାଯାଇଥିଲା। କିନ୍ତୁ 5T ଯୋଜନାରେ ବାହାର ଚାକଚକ୍ୟ କରାଯାଇଛି। ଗୋଟିଏ ସ୍ମାର୍ଟକ୍ଲାସ ରୁମ କରାଯାଇଛି ।  କମ୍ପୁଟର ଘର ଅଛି ହେଲେ କମ୍ପୁଟର ନାହିଁ।  ସ୍କୁଲ ପିଲା ମାନଙ୍କୁ ପାଠ ପଢାଇବା ଲାଗି ଆବଶ୍ୟକ ଶିକ୍ଷକ ନାହାନ୍ତି ।  ଏପରିକି ସ୍କୁଲର ଗୋଟିଏ ଖେଳ ପଡିଆ ଥିଲା, ତାହାକୁ ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କ ନିର୍ମାଣ କରାଗଲା। ପାର୍କ ମଧ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି। ପଡିଆଟି ବର୍ତ୍ତମାନ ନା ଖେଳପଡିଆ ହୋଇପାରୁଛି ନା ପାର୍କ ହୋଇପାରୁଛି। ସେପଟେ ଏ ନେଇ  ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି  କାମାକ୍ଷାନଗର ସହରରେ ତିନିଟି ସ୍କୁଲର ଦାଇତ୍ବ ନିଜେ NAC ନେଇଛି।  ଆଳତୁମା ସ୍କୁଲର ପ୍ରଧାନ ଶିକ୍ଷକ, ପୁରାତନ ଛାତ୍ର ଓ ‘ମୋ ସ୍କୁଲ’ କମିଟି ଓ NAC ର ମିଳିତରେ ଏହାର ଉନ୍ନତି ହେଉଛି। ମୁଁ BEO ହିସାବରେ ବାରଂମ୍ବାର  ଏମାନଙ୍କୁ କଅଣ କାର୍ଯ୍ୟ ହୋଇଛି ଆଲୋଚନା ପାଇଁ ଡକାଇଲେ ମଧ୍ୟ କେହି ଭୃକ୍ଷେପ କରୁନାହାନ୍ତି।

Leave a Reply

Your email address will not be published.

Back to top button