ଐତିହାସିକ ଛତିଆ ବଟ ପାର୍ଶ୍ଵ ଦେଇ ପୁରୁଣା ଜଗନ୍ନାଥ ସଡ଼କ ପୂର୍ତ୍ତ ବିଭାଗ ରାସ୍ତାର ପ୍ରଶସ୍ତୀକରଣ ପାକ୍ରିଆ ଆରମ୍ଭ ହୋଇଛି। ରାସ୍ତାର ପ୍ରଶସ୍ତି କରଣ ପାଇଁ ୧୪ କୋଟି ଟଙ୍କାର ବ୍ୟୟ ବରାଦ ମଧ୍ୟ ହୋଇଛି। ରାସ୍ତାର ପ୍ରଶସ୍ତି କରଣ ହେବା ଲାଗି ଚିହ୍ନଟ ପକ୍ରିଆ ଏକ ପାଖିଆ ଭାବେ ଚାଲୁ ଥିବାରୁ ଛତିଆ ବଣିକ ସଙ୍ଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଅଭିଯୋଗ ହେଲା ରାସ୍ତାର ପ୍ରଶସ୍ତି କରଣକୁ ଆମେ ବିରୋଧ କରିବୁ ନାହିଁ, ଆମେ ମାନେ ଛୋଟ ମୋଟ ଦୋକାନ କରି ପରିବାର ଭରଣ ପୋଷଣ କରୁଛୁ, ରାସ୍ତାର ଉଭୟ ପାର୍ଶ୍ଵକୁ ସମ୍ପ୍ରସାରଣ ନ କରି ଯଦି ଏକ ପାଖିଆ ଭାବରେ ନିର୍ମାଣ ହୁଏ ତେବେ ନିଶ୍ଚିତ ଭାବରେ ଆମେମାନେ ଜୀବିକା ହରାଇବୁ। ରାସ୍ତାଟି ଭଟିଆ ଛକଠାରୁ ନେଳିଆ ଓଭର ବ୍ରିଜ୍ ପ୍ରାୟ ୨ କି,ମି ପର୍ଯ୍ୟନ୍ତ ୨ ଲେନ ବିଶିଷ୍ଟ ଥିବା ବେଳେ ତାହା ୪ ଲେନ୍ କରା ଯିବ, ଏହି ରାସ୍ତା ସଂପ୍ରସାରଣରେ ୩ ଗୋଟି ପ୍ଲଟ – ୮୨୦, ୮୨୧ ଓ ୮୨୨ ଦେଇ ଯାଉ ଥିବା ବେଳେ ଓସାର ୮୦ ଫୁଟ ରହିବ ବୋଲି ଜଣାପଡିଛି । ପୁରୁଣା ରାସ୍ତାର ଉଭୟ ପାର୍ଶ୍ଵକୁ ନେଇ ପ୍ରଶସ୍ତି କରଣ ହେବାକୁ ଥିବା ବେଳେ ପୁର୍ତ୍ତ ବିଭାଗ କତ୍ତୃପକ୍ଷ ପ୍ରଭାବ ଶାଳୀଙ୍କ ଚାପରେ ବୈମାତୃକ ଭାବେ କେବଳ ଗୋଟିଏ ପାର୍ଶ୍ୱକୁ ଚିହ୍ନଟ କରିବା ଓ ସାଧାରଣ ଲୋକଙ୍କ ଜୀବନ ଜୀବିକା ସହିତ ଖେଳିବା ଅତି ଦୁର୍ଭାଗ୍ୟ ଜନକ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now