ପାରାଦ୍ଵୀପ ବନ୍ଦରର ଜେଏସଡବ୍ଲ୍ୟୁ କୋଲ୍ ପ୍ଲଟରେ ବିଭିନ୍ନ ଦାବୀକୁ ନେଇ ଶ୍ରମିକ ଧାରଣା ଦେଇଛନ୍ତି। ଫଳରେ କମ୍ପାନୀର କୋଲ୍ ପରିବହନ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ଏହି କୋଇଲା ପ୍ଲଟର ଦାୟିତ୍ବ ନେଇଥିବା ଠିକା ସଂସ୍ଥା “ବାମନ ଇଞ୍ଜିନିୟରିଂ”ର ମନମୁଖୀ କାର୍ଯ୍ୟକୁ ଶ୍ରମିକମାନେ ବିରୋଧ କରିଛନ୍ତି। ଧାରଣାରେ ୫୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ବସିଥିବା ବେଳେ ଘଟଣାସ୍ଥଳରେ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ଆଲୋଚନା କରିଥିଲେ । ତିନିବର୍ଷ ହେଲା ଶ୍ରମିକ ମାନଙ୍କ ଦରମା ବୃଦ୍ଧି କରାଯାଉନଥିବା ବେଳେ କୋଇଲା ପ୍ଲଟରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ଦିଆଯାଉଥିବା ଡଷ୍ଟ୍ ଆଲାଉନ୍ସ ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉ ନାହିଁ । ସେହିପରି ରାତିରେ କାମ କରୁଥିବା ଶ୍ରମିକ ମାନଙ୍କୁ ପ୍ରତ୍ୟେକ ଦିନ ୫୦ ଟଙ୍କାର ନାଇଟ୍ ଆଲାଉନ୍ସ ମଧ୍ୟ କମ୍ପାନୀ ଦେଉନାହିଁ। ପ୍ରତ୍ୟେକ ବର୍ଷ କିମ୍ବା ଦୁଇବର୍ଷରେ କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥାଏ ଯେଉଁଥିରେ ଶ୍ରମିକ ଜଣଙ୍କ କେଉଁଦିନ ଠାରୁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ ଦରମା ବୃଦ୍ଧି,ପ୍ରମୋସନ ପ୍ରଭୃତି ବିଷୟ ରହିଥାଏ । ମାତ୍ର କମ୍ପାନୀ ଏହି ଚୁକ୍ତିକୁ କାର୍ଯ୍ୟକାରୀ ନକରି ଶ୍ରମିକ ମାନଙ୍କୁ ନୂତନ ନିଯୁକ୍ତି ପତ୍ରରେ ସ୍ୱାକ୍ଷର କରିବାକୁ ବାଧ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ସକାଳୁ ୫୦୦ ରୁ ଉର୍ଦ୍ଧ୍ୱ ଶ୍ରମିକ ଧାରଣା ଦେଇଥିବା ବେଳେ ଜେଏସଡବ୍ଲ୍ୟୁର କୋଇଲା ପରିବହନ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now